ନୂଆଦିଲ୍ଲୀ: ଆସନ୍ତାକାଲି (ଶନିବାର) ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୁରକ୍ଷା ପାଇଁ 190 କମ୍ପାନୀ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସେହିଭଳି 19 ହଜାର ହୋମଗାର୍ଡ ଓ 42 ହଜାର ଦିଲ୍ଲୀ ପୋଲିସକର୍ମୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ଏନେଇ ନୋଡାଲ ଡିସିପି ଶରତ କୁମାର ସିହ୍ନା ସୂଚନା ଦେଇଛନ୍ତି । ସାହିନବାଗ ଅଞ୍ଚଳର 40ଟି ବୁଥ ମଧ୍ୟରୁ 5ଟି ପୋଲିଂ ବୁଥକୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଛି। ସେହି ସ୍ଥାନ ମାନଙ୍କରେ ଅଧିକ ପୋଲିସ ମୁତୟନ କରାଯାଇ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଦିଲ୍ଲୀ ବିଧାନସଭାରେ ଆପ, ବିଜେପି ଓ କଂଗ୍ରେସ ପ୍ରମୁଖ ଦଳ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଆପ ସରକାର ନିଜ କାର୍ଯ୍ୟକୁ ନେଇ ଭୋଟ ପାଇବାକୁ ଆଶା ରଖିଥିବା ବେଳେ ବିଜେପି ମଧ୍ୟ ଭୋଟ ହାତେଇବାକୁ ପ୍ରାଣପଣେ ଉଦ୍ୟମ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ