ETV Bharat / bharat

କୋରୋନା କଟକଣା ସହ ଦିଲ୍ଲୀରେ ପାଳନ ହେବ ଦୁର୍ଗାପୂଜା - କୋରୋନା କଟକଣା'

ଏଥର ଦୁର୍ଗାପୂଜା କୋରୋନା ପ୍ରୋଟୋକଲ ଅନୁଯାୟୀ ପାଳନ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ଏଥିପାଇଁ ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରିଛନ୍ତି ।

କୋରୋନା କଟକଣାରେ ଦିଲ୍ଲୀରେ ପାଳନ ହେବ ଦୁର୍ଗାପୂଜା

author img

By

Published : Oct 12, 2020, 11:47 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଦିଲ୍ଲୀରେ ଅନୁଷ୍ଠିତ ହେବ ଦୁର୍ଗା ପୂଜା । କିନ୍ତୁ ଏଥର ଦୁର୍ଗାପୂଜା କୋରୋନା ପ୍ରୋଟୋକଲ ଅନୁଯାୟୀ ପାଳନ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ଏଥିପାଇଁ ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁଯାୟୀ, ଅକ୍ଟୋବର 31 ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ଏହି ପର୍ବରେ କୌଣସି ସ୍ଥାନରେ ମେଳା, କୌଣସି ଆୟୋଜନ ସ୍ଥଳ ଭିତରେ ଏବଂ ବାହାରେ ଫୁଡ ଷ୍ଟଲ, ରାଲି, ପ୍ରଦର୍ଶନୀ କିମ୍ବା ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ।

ଏହା ସହିତ କୌଣସି ଇଭେଣ୍ଟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରିବା ପାଇଁ ଆୟୋଜକମାନେ ଅନ୍ୟାନ୍ୟ ଆବଶ୍ୟକୀୟ ଅନୁମତି ବ୍ୟତୀତ ସେହି ଅଞ୍ଚଳର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡିବ । ତେବେ କୌଣସି ଇଭେଣ୍ଟର ଅନୁମତି ସମ୍ପୂର୍ଣ୍ଣ ଯାଞ୍ଚ ପରେ ଅଞ୍ଚଳର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଦିଲ୍ଲୀ ପୋଲିସର ଡିସିପି ଦେବେ । ଏହାଛଡା କୌଣସି ଏକ ବନ୍ଦ ସ୍ଥାନରେ ଆୟୋଜିତ ହେଉଥିବା ଇଭେଣ୍ଟରେ କେବଳ 50% ଲୋକଙ୍କୁ ଅନୁମତି ମିଳିବ । ସେଠାରେ 200ରୁ ଅଧିକ ଲୋକ ରହିପାରିବେ ନାହିଁ । ଇଭେଣ୍ଟ ଆୟୋଜକ ଇଭେଣ୍ଟ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନର ଅଲଗା ଅଲଗା ଗେଟ୍ ରଖିବେ ଏବଂ ମାସ୍କ ବିନା କୌଣସି ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏହିପରି ସମସ୍ତ ଇଭେଣ୍ଟର ତଥ୍ୟ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ସମଗ୍ର ଦିଲ୍ଲୀର ତଥ୍ୟ ବିଭାଗୀୟ କମିଶନରଙ୍କ ପାଖରେ ରହିବ।

ଏହାଛଡା ଜିଲ୍ଲା ମାଜିଷ୍ଟ୍ରେଟ୍ ରାମଲିଳା / ପୂଜା ପେଣ୍ଡାଲ ଭଳି ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ। ଉକ୍ତ ଅଞ୍ଚଳର ଡିସିପି ମଧ୍ୟ ଜଣେ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରିବେ। ଏହି ଦୁଇ ଅଧିକାରୀ ସରକାର ଦେଇଥିବା ନିର୍ଦ୍ଦେଶର କଡାକଡି ପାଳନ କରିବେ। ପ୍ରତ୍ୟେକ ଇଭେଣ୍ଟ ଆୟୋଜକ କିମ୍ବା କମିଟି ସେମାନଙ୍କ ଇଭେଣ୍ଟର ଏକ ଭିଡିଓ ରେକର୍ଡିଂ କରିବାକୁ ପଡିବ । ଏହି ଭିଡିଓ ରେକର୍ଡିଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିଦିନ କରିବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.