ନୂଆଦିଲ୍ଲୀ: କୋରୋନା ପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜୋରସୋର ସ୍କ୍ରିନିଂ । ଏନେଇ ଦିଲ୍ଲୀରୁ ମିଲାନ ଅଭିମୁଖେ ଯାତ୍ରା କରୁଥିବା ବିମାନ ଯାତ୍ରୀଙ୍କୁୁ ଏୟାରପୋର୍ଟର ରନୱେରେ ଚେକିଂ କରାଯାଇଛି । ତେବେ ବିମାନରେ ବସିଥିବା 80 ଯାତ୍ରୀଙ୍କ ଯାଞ୍ଚ କରାଯାଇଥିଲା ।
କଷ୍ଟମ ବିଭାଗର ପ୍ରବକ୍ତାଙ୍କ କହିବା ଅନୁସାରେ, ଦିଲ୍ଲୀରୁ ଏୟାର ଇଣ୍ଡିଆର ଏଆଇ 138 ବିମାନ ମିଲାନ ଉଡାଣ ଭରିବା ବେଳେ ଏହି ଯାଞ୍ଚ ହୋଇଥିଲେ । କାରଣ ପ୍ରଥମେ ବିମାନ ଯାତ୍ରୀଙ୍କ ଯାଞ୍ଚ ହୋଇନଥିବା ନେଇ ଖବର ମିଳିବା ପରେ ସଙ୍ଗେ ସଙ୍ଗେ ବିମାନରେ ବସିଥିବା 80 ଜଣ ଯାତ୍ରୀ ଏବଂ ସେମାନଙ୍କର ବ୍ୟାଗ ଯାଞ୍ଚ କରାଯାଇଥିଲା ।
ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଦେଶର ସମସ୍ତ ଏୟାରପୋର୍ଟରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି । ଏହାପରେ ଯାତ୍ରୀମାନଙ୍କୁ ଟର୍ମିନାଲ୍ ବିଲଡିଂ ଭିତରକୁ ଆସିବାକୁ ଅନୁମତି ଦିଆଯାଉଛି । ଯାହାଦ୍ବାରା ଏହି ରୋଗ ଦେଶର ଅନ୍ୟ ଲୋକଙ୍କ ପାଖରେ କାୟା ବିସ୍ତାର କରିପାରିବ ନାହିଁ ।