ETV Bharat / bharat

ପ୍ଲାଜମା ଦାନ କରିବାକୁ କେଜ୍ରିୱାଲଙ୍କ ଅପିଲ୍, ମିଳିବ RWA ସମ୍ମାନ - RWA ସମ୍ମାନ

ଦିଲ୍ଲୀରେ କେରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ଲାଜମା ଦାନ କରିବାକୁ କରିଛନ୍ତି ଅପିଲ୍ ।

ପ୍ଲାଜମା ଦାନ କରିବାକୁ କେଜ୍ରିୱାଲଙ୍କ ଅପିଲ୍
ପ୍ଲାଜମା ଦାନ କରିବାକୁ କେଜ୍ରିୱାଲଙ୍କ ଅପିଲ୍
author img

By

Published : Jul 6, 2020, 2:13 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କେରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ରାଜଧାନୀରେ କୋରୋନାର ମୋଟ ମାମଲା ଏକ ଲକ୍ଷ ଅତିକ୍ରମ କରିବ। ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଜୁନ୍ ମାସରେ 100 ଜଣଙ୍କ ମଧ୍ୟରୁ 35 ଜଣ କୋରୋନା ରୋଗୀ ଥିଲେ ବର୍ତ୍ତମାନ ଏହାର ସଂଖ୍ୟା ହ୍ରାସ ପାଇ 11ରେ ରହିଛି । ବର୍ତ୍ତମାନ ଦିଲ୍ଲୀରେ ପ୍ରତିଦିନ 20-24 ହଜାର ମଧ୍ୟରେ ପରୀକ୍ଷା କରାଯାଉଛି।

ସେ ଏହା ମଧ୍ୟ କହିଛନ୍ତି ଯେ ପ୍ଲାଜମା ଚିକିତ୍ସା କୋରୋନା ରୋଗୀଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରୁଛି । ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଦିଲ୍ଲୀରେ ନିର୍ମିତ ହୋଇଛି । ଏବେ ଦିଲ୍ଲୀରେ କୌଣସି ବିଶୃଙ୍ଖଳା ନାହିଁ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ଲୋକେ ପ୍ଲାଜମା ଦାନ କରୁନାହାଁନ୍ତି ତେଣୁ ଏପିରି ପରିସ୍ଥିତିରେ ଆମେ ପ୍ଲାଜମା ଦାନ କରିବାକୁ ଅନୁରୋଧ କରୁଛୁ। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ସରକାର ଆହ୍ବାନ କରୁଛନ୍ତି ।

ଅନ୍ୟପକ୍ଷେ କେଜ୍ରିୱାଲ କହିଛନ୍ତି ଯେ, ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ RWA ସମ୍ମାନ ଦେବା ଉଚିତ୍। ପ୍ରକାଶଥାଉକି, ଦିଲ୍ଲୀର ମୋଟ କୋରୋନା ସଂକ୍ରମଣ 99000 ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ସରକାର ଏକ ପ୍ଲାଜମା ବ୍ୟାଙ୍କ ନିର୍ମାଣ କରିଛନ୍ତି। ପ୍ଲାଜମା ସାହାଯ୍ୟରେ ଅନେକ କୋରୋନା ପୀଡିତଙ୍କ ଅବସ୍ଥା ସୁଧୁରିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଲୋକେ ରାଜଧାନୀରେ ସହଜରେ ଶଯ୍ୟା ପାଉଛନ୍ତି ଓ ପରୀକ୍ଷା କରିବାର ମଧ୍ୟ କୌଣସି ଅସୁବିଧା ନାହିଁ। ଆଜି ଦିଲ୍ଲୀରେ ପ୍ରାୟ 25 ହଜାର ରୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ 15 ହଜାର ଘରେ ଚିକିତ୍ସିତ ହେଉଛନ୍ତି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସରକାର ଅକ୍ସିମିଟର ଯୋଗାଉଛନ୍ତି । ଦିଲ୍ଲୀରେ 55-60ଜଣଙ୍କ ମୃତ୍ୟୁ ଘଟୁଛି । ପୂର୍ବ ଅପେକ୍ଷା ଏହି ସଂଖ୍ୟା ହ୍ରାସ ପାଇଛି । ସେ କହିଛନ୍ତି ଯେ କୋରୋନା ଟୀକା ଉପଲବ୍ଧ ନହେବା ପର୍ଯ୍ୟନ୍ତ ଏହାର କୌଣସି ଉପଶମ ହୋଇପାରିବ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.