ETV Bharat / bharat

ସିଆରପିଏଫ ଯବାନ କୋରୋନା ପଜିଟିଭ୍, ସିଆରପିଏଫ୍ ମୁଖ୍ୟାଳୟ ସିଲ୍

ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତା ସାଙ୍ଗକୁ ଦ୍ରୁତ ଗତିରେ ବଢିଚାଲିଛି ଯବାନଙ୍କ କୋରୋନା ସଂକ୍ରମଣ । ରବିବାର ଜଣେ ସିଆରପିଏଫ ଯବାନଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ମୁଖ୍ୟାଳୟକୁ ସିଲ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିଆରପିଏଫ ଯବାନଙ୍କୁ କୋରୋନା ପଜିଟିଭ୍
ସିଆରପିଏଫ ଯବାନ କୋରୋନା ପଜିଟିଭ୍, ସିଆରପିଏଫ୍ ମୁଖ୍ୟାଳୟ ସିଲ୍
author img

By

Published : May 3, 2020, 11:05 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ଏହି ଭୂତାଣୁ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗ୍ରାସ କଲାଣି । ବର୍ତ୍ତମାନ କୋରୋନାରେ ସଂକ୍ରମଣରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରବିବାର ଜଣେ ସିଆରପିଏଫ ଯବାନଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିଛି । ଯାହାପରେ ସିଆରପିଏଫର ମୁଖ୍ୟାଳୟକୁ ସିଲ୍ କରାଯାଇଛି । ଏଥିସହ ମୁଖ୍ୟାଳୟର ସମ୍ପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯାଇଛି ।

ପରବର୍ତ୍ତୀ ଆଦେଶ ନହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ବିଲଡିଂ ଭିତରକୁ ପ୍ରବେଶର ଅନୁମତି ଦିଆଯିବନାହିଁ । ଏଥିସହିତ ସିଆରପିଏଫ ଏଡିଜି ଜାଭେଦ ଅଖତର ଏବଂ ଅନ୍ୟ 10 ଜଣ ଅଧିକାରୀ ନିଜକୁ କ୍ବାରେନଣ୍ଟାଇନରେ ରଖିଛନ୍ତି । ଏଡିଜି ଷ୍ଟେନୋଗ୍ରାଫରଙ୍କ ମଧ୍ୟ କୋରୋନା ପଜିଟିଭ୍ ରିପୋର୍ଟ ଆସିଛି । ଏହାପରେ ବିଲଡିଂକୁ ସାନିଟାଇଜ କରାଯାଇଛି । ଏଥିସହିତ, ଜଣେ ଆଇଜି ଡ୍ରାଇଭର 3 ଦିନ ପୂର୍ବରୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପୂର୍ବରୁ 136 ଜଣ ସିଆରପିଏଫ ଏବଂ 17 ଜଣ ବିଏସଏଫ ଯବାନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଯେ ଦିଲ୍ଲୀର ମୟୂର ବିହାର ଫେଜ 3 ଅଞ୍ଚଳସ୍ଥିତ ସିଆରପିଏଫର 31 ତମ ବାଟାଲିୟନରୁ 135 ଜଣ ସିଆରପିଏଫ ଯବାନ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ବହୁ ସଂଖ୍ୟାରେ କୋରୋନା ପଜିଟିଭ ଆସିବା ପରେ 31 ତମ ବାଟାଲିୟନର ପରିସରକୁ ସିଲ୍ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.