ETV Bharat / bharat

‘ଜୟଶ୍ରୀରାମ’ ନାରା ଦେବାକୁ ମନା କଲେ ମୌଲାନା, ଆକ୍ରମଣ କଲେ ଯୁବକ

ଦିଲ୍ଲୀର ଜଣେ ମୌଲାନା ଜୟ ଶ୍ରୀରାମ ନାରା ନ ଦେବାରୁ ତାଙ୍କୁ ଆକ୍ରମଣ କରିଛନ୍ତି କିଛି ଯୁବକ । ସେ ରାସ୍ତାରେ ଯାଉଥିବାବେଳେ ତାଙ୍କୁ କାର ସହ ଧକ୍କା ମାରିଛନ୍ତି ।

author img

By

Published : Jun 22, 2019, 3:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଏଏନଆଇ

ନୂଆଦିଲ୍ଲୀ: ଜୋର ଧରିଛି ଜୟଶ୍ରୀରାମ ନାରା । ତେବେ ଏହା ସକାରାତ୍ମକ ଭାବେ ନୁହେଁ ବରଂ ନକାରାତ୍ମକ ଦିଗରେ ଗତି କରୁଛି । ମୁସଲିମ ତଥା ମୌଲାନାଙ୍କୁ ଏଥିଲାଗି ଟାର୍ଗେଟ କରାଯାଉଛି । ଦିଲ୍ଲୀର ଜଣେ ମୌଲାନା ଜୟ ଶ୍ରୀରାମ ନାରା ନଦେବାରୁ ତାଙ୍କୁ ଆକ୍ରମଣ କରାଯାଇଛି । ମୌଲାନାଙ୍କ ପରିଚୟ ମୋହମ୍ମଦ ମୋମିନ ଭାବେ ଜଣାପଡିଛି ।

ଦିଲ୍ଲୀର ରୋହିଣୀ ସେକ୍ଟର-20ରେ ମୋହମ୍ମଦ ମୋମିନ ଏଭଳି ଅଭିଯୋଗ କରିଛନ୍ତି । ସେ ‘ଜୟଶ୍ରୀରାମ’ ନାରା ନଦେବାରୁ ତାଙ୍କୁ କିଛି ଲୋକେ ଗାଳିଗୁଳଜ କରିଥିଲେ । ପରେ ତାଙ୍କୁ ଧମକଚମକ ଦେବା ସହ କାର ଦ୍ବାରା ଧକ୍କା ମାରିଥିଲେ ବୋଲି ଅଭିଯୋଗ ଆସିଛି । ତେବେ ମୋହମ୍ମଦ ଅମନ ବିହାର ଅଞ୍ଚଳରେ ବାସ କରନ୍ତି । ତାଙ୍କର କହିବା କଥା ହେଲା ସେ ସନ୍ଧ୍ୟା ବେଳେ ବାହାରକୁ ବୁଲିବା ପାଇଁ ଚାଲି ଚାଲି ଯାଉଥିଲେ । ସେହି ସମୟରେ ହଠାତ କିଛି ଯୁବକ କାର ଯୋଗେ ଆସି ତାଙ୍କୁ ‘ଜୟଶ୍ରୀରାମ’ ନାରା ଦେବାକୁ ବାଧ୍ୟ କରିଥିଲେ । ସେ ଏଭଳି ନାରା ନଦେବାରୁ ତାଙ୍କୁ ମାରପିଟ କରିବା ସହ ଦୁର୍ବ୍ୟବହାର କରାଗଲା ।

ମୋହମ୍ମଦ ବର୍ତ୍ତମାନ ଆହତ ଅଛନ୍ତି । ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ସପେଟେ ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି ପୋଲିସ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.