ETV Bharat / bharat

ସପ୍ତାହେ ପାଇଁ ସମସ୍ତ ସୀମା ସିଲ୍ କଲା ଦିଲ୍ଲୀ ସରକାର - delhi border seal

କୋରୋନା ଭାଇରସ ସଙ୍କଟ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଏକ ସପ୍ତାହ ପାଇଁ ରାଜଧାନୀ ଦିଲ୍ଲୀର ସୀମାକୁ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କୋରୋନା ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

delhi border seal for one week
ସପ୍ତାହେ ପାଇଁ ସମସ୍ତ ସୀମାକୁ ସିଲ୍ କଲା ଦିଲ୍ଲୀ ସରକାର
author img

By

Published : Jun 1, 2020, 3:31 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଏକ ସପ୍ତାହ ପାଇଁ ରାଜଧାନୀ ଦିଲ୍ଲୀର ସୀମାକୁ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କୋରୋନା ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଲକଡାଉନ୍ ସହ ଜଡିତ ରିହାତି ଘୋଷଣା କରିଛନ୍ତି। କିନ୍ତୁ ସବୁଠୁ ବଡ ନିଷ୍ପତ୍ତି ଥିଲା ଦିଲ୍ଲୀର ସୀମାକୁ ସିଲ୍ କରିବା। ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଛନ୍ତି, ଯାହା ଶୁକ୍ରବାର ସନ୍ଧ୍ୟା 5 ଟା ସୁଦ୍ଧା ପରାମର୍ଶ ପଠାଇବାକୁ କୁହାଯାଇଛି ।

ଦିଲ୍ଲୀ ସରକାରଙ୍କ ପରାମର୍ଶ ପାଇଁ ଏହି ସଂଖ୍ୟା ଜାରି କରାଯାଇଛି.

1.8800007722

2.1031

3.Delhicm.suggestions@gmail.com

ଏହା ବ୍ୟତୀତ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ଠାରୁ ପରାମର୍ଶ ଲୋଡିଛନ୍ତି କି କେବଳ ଦିଲ୍ଲୀରେ ରହୁଥିବା ଲୋକଙ୍କୁ ଦିଲ୍ଲୀ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଦିଆଯିବା ଉଚିତ କି ? ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସୀମା ଖୋଲିବା ହେତୁ ଅନ୍ୟ ରାଜ୍ୟରୁ ଲୋକମାନେ ଚିକିତ୍ସା ପାଇଁ ଏଠାକୁ ଆସନ୍ତି, କିନ୍ତୁ ବର୍ତ୍ତମାନ କୋରୋନା ମାମଲା ବଢୁଛି ।

ଲକଡାଉନ୍ 5.0 ଅର୍ଥାତ୍ ଅନଲକ୍ 1 ଅଧୀନରେ ଗୃହ ମନ୍ତ୍ରଣାଳୟ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସମ୍ପୂର୍ଣ୍ଣ ଛାଡ ଦେଇଛି। କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରୁଛନ୍ତି। ନୋଏଡା, ଗାଜିଆବାଦ ଦିଲ୍ଲୀ ନିକଟରେ ଥିବା ସୀମାକୁ ବନ୍ଦ ରଖିଥିବାବେଳେ ଗୁରୁଗ୍ରାମ ଏହାକୁ ଦୀର୍ଘ ସମୟ ପରେ ଖୋଲିଛନ୍ତି। କିନ୍ତୁ ବର୍ତ୍ତମାନ ଦିଲ୍ଲୀ ସମସ୍ତ ସୀମାକୁ ସିଲ୍ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.