ETV Bharat / bharat

ଆଜିଠୁ ଦିଲ୍ଲୀରେ 'ମିଶନ ଅନିର୍ବାର୍ଯ୍ୟ', ବିଜେପି ବାଣ୍ଟିବ 6 ଲକ୍ଷ ସାନିଟାରୀ ନାପକିନ - Mission Essential

ଦିଲ୍ଲୀରେ ଥିବା ବସ୍ତି ଗୁଡିକରେ କିଶୋରୀ ଓ ମହିଳାଙ୍କୁ ସାନିଟାରି ବାଣ୍ଟିବା ନେଇ ଦିଲ୍ଲୀ ବିଜେପି ଆରମ୍ଭ କରିଛି 'ମିଶନ ଅନିର୍ବାର୍ଯ୍ୟ' । ଅଧିକ ପଢନ୍ତୁ....

ଆଜିଠୁ ଦିଲ୍ଲୀରେ 'ମିଶନ ଅନିର୍ବାର୍ଯ୍ୟ', ବିଜେପି ବାଣ୍ଟିବ 6 ଲକ୍ଷ ସାନିଟାରୀ ନାପକିନ

author img

By

Published : May 18, 2020, 9:31 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ସୋମବାର ଠାରୁ 'ମିଶନ ଅନିର୍ବାର୍ଯ୍ୟ' ଅଧୀନରେ ଦିଲ୍ଲୀର ବସ୍ତି ଗୁଡିକରେ ରହୁଥିବା ଓ ଅନ୍ୟ କିଶୋରୀ ଏବଂ ମହିଳାମାନଙ୍କୁ 6 ଲକ୍ଷ ସାନିଟାରୀ ନାପକିନ ବଣ୍ଟନ କରିବ। ଏହାକୁ ନୂଆଦିଲ୍ଲୀରୁ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରୀ ଆରମ୍ଭ କରିବେ।

ଦିଲ୍ଲୀ ପୋଲିସର ମହିଳା ୱିଙ୍ଗର ସହଯୋଗରେ ଏହି ମିଶନ ଆରମ୍ଭ ହେବ। ଦିଲ୍ଲୀ ବିଜେପିର ମିଡିଆ ସମ୍ପର୍କ ମୁଖ୍ୟ ନୀଲକାନ୍ତ ବକ୍ସି କହିଛନ୍ତି ଯେ, କୋରୋନା ସଙ୍କଟ ସମୟରେ ଯେତେବେଳେ ସମଗ୍ର ଦେଶ ଶାରୀରିକ, ମାନସିକ ଏବଂ ଆର୍ଥିକ ଦୃଷ୍ଟିରୁ ସଂଘର୍ଷ କରୁଛି, ସେତେବେଳେ ଭାରତର ଅଧିକରୁ ଅଧିକ କିଶୋରୀ ବାଳିକା ଏବଂ ମହିଳାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଆବଶ୍ୟକ ରହିଛି ।

ଏହାକୁ ଦୃଷ୍ଟିରେ ରଖି 6 ଲକ୍ଷ ସାନିଟାରୀ ନାପକିନ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୀଲକାନ୍ତ କହିଛନ୍ତି ଯେ, ଯେଉଁମାନେ ଆମର ପରିବାରର ଯତ୍ନ ନେଉଛନ୍ତି ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ । 6 ଲକ୍ଷ ସାନିଟାରୀ ନାପକିନ ବାଣ୍ଟିବା ପରେ ମଧ୍ୟ ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି । ଏହି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ତଥା ମଣ୍ଡଳ ସ୍ତରରେ ଅଭାବୀ ମହିଳାମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯିବ।

ନୀଲକାନ୍ତ ଆହୁରି କହିଛନ୍ତି ଯେ, ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା ଲକ୍ଷ୍ୟରେ ମହିଳା ପୋଲିସ ସହଯୋଗରେ ବସ୍ତିରେ ରହୁଥିବା ମହିଳାଙ୍କ ମଧ୍ୟରେ ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯିବ ବୋଲି ନୀଲକାନ୍ତ ବକ୍ସି କହିଛନ୍ତି । ଏହା କରିବା ଦ୍ୱାରା ବସ୍ତିରେ ରହୁଥିବା ଗରିବ ମହିଳାମାନେ ପୋଲିସ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ ଏବଂ ସେମାନଙ୍କର ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ହେବ, ଯାହାଫଳରେ ସେମାନେ ସେମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବେ ଏବଂ ଆବଶ୍ୟକ ସ୍ଥଳେ ବିନା ଦ୍ୟୁଧାରେ ପୋଲିସର ସାହାଯ୍ୟ ଲୋଡ଼ିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.