ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀଙ୍କୁ ହତ୍ୟା ଧମକ । ଜୀବନରୁ ମାରି ଦେବାକୁ ଆସିଛି ଧମକ ପୂର୍ଣ୍ଣ କଲ। ଶୁକ୍ରବାର ଗୋଟିଏ ଅଜଣା ନମ୍ବରରୁ ହତ୍ୟା ଧମକ ଆସିଥିବା ନେଇ ସୂଚନା ଦେଇଛନ୍ତି ମନୋଜ ।
ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ମାମଲାକୁ ଅତି ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । କେଉଁ ବ୍ୟକ୍ତି ଏଭଳି ଧମକପୂର୍ଣ୍ଣ ମେସେଜ ପଠାଇଛି ତାକୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।