ETV Bharat / bharat

ଭିକାରୀ କଲା ଲକଡାଉନ

author img

By

Published : Apr 19, 2020, 9:32 PM IST

ଅନେକକଙ୍କୁ ରୋଜଗାର ପନ୍ଥା ବନ୍ଦ କରିଛି ଲକଡାଉନ । ପାଖରେ ଟଙ୍କା ନଥିବା ହେତୁ ନିଜକୁ ଭିକାରି ପରି ମନେ କରୁଥିବା କହିଛନ୍ତି ରାଜଧାନୀ ଦିଲ୍ଲୀର ଜଣେ ଅଟୋ ଚାଳକ । ଅଧିକ ପଢନ୍ତୁ...

ଭିକାରି କରିଦେଲା ଲକଡାଉନ
ଭିକାରି କରିଦେଲା ଲକଡାଉନ

ନୂଆଦିଲ୍ଲୀ: କୋରୋନା କୋପରେ ସମସ୍ତେ ଆଉଟୁପାଉଟୁ । ଖଟିକିଆ ଦିନ ମଜୁରିଆଠୁ ଆରମ୍ଭ କରି ଅଟୋ ଡ୍ରାଇଭର ସମସ୍ତେ ନିଜର ଜୀବିକା ହରାଇଛନ୍ତି । ଗାଡି ମଟର ଚାଲୁନଥିବା ହେତୁ ଅଟୋ ଡ୍ରାଇଭରମାନେ ରୋଜଗାର ପନ୍ଥା ହରାଇ ପରିବାର ଭରଣପୋଷଣ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ରାଜଧାନୀ ଦିଲ୍ଲୀର ଜଣେ ଅଟୋ ଡ୍ରାଇଭର କହିଛନ୍ତି ଯେ ପାଖରେ ଟଙ୍କା ନଥିବା ହେତୁ ନିଜକୁ ଭିକାରୀ ଭଳି ମନେ ହେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ପେଟ ଭରିବା ପାଇଁ ମୁଁ ପର୍ଯ୍ୟାପ୍ତ ଖାଦ୍ୟ ପାଇପାରୁ ନାହିଁ । ମୋତେ ଟଙ୍କା ବିନା ଭିକାରୀ ଭଳି ଲାଗୁଛି । ଯଦି ଆମେ ବାହାରକୁ ଯାଉଛୁ ପୋଲିସ ଆମକୁ ମାଡ ମାରୁଛି । ପାଖରେ ଥିବା ଏକ ସ୍କୁଲରୁ ଖାଦ୍ୟ ମିଳିଥାଏ । ପାଖରେ ପରିବାର ଅଛି କିନ୍ତୁ ସେମାନଙ୍କୁ ଖାଇବାକୁ ଦେବାକୁ ମୋ ନିକଟରେ ଟଙ୍କା ନାହିଁ । ସେପଟେ ଘର ମାଲିକକୁ ଟଙ୍କା ଦେବାକୁ ପଡୁଥିବା ହେତୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବର୍ତ୍ତମାନ କୌଣସି ନିୟମିତ ଆୟ ନଥିବା ହେତୁ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.