ETV Bharat / bharat

କେଜ୍ରିୱାଲଙ୍କ ପରେ ଓୱେସୀ ପଢିବେ ହନୁମାନ ଚାଳିଶା: କପିଲ ମିଶ୍ରା

ପୁନର୍ବାର ବିବାଦୀୟ ବୟାନ ଦେଇଛନ୍ତି ବିଜେପି ପ୍ରାର୍ଥୀ କପିଲ ମିଶ୍ରା । ଟ୍ବିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କୁ ଟାର୍ଗେଟ କରିଛନ୍ତି କପିଲ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 4, 2020, 11:56 AM IST

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ଟାର୍ଗେଟରେ ଅରବିନ୍ଦ କେଜ୍ରିୱାଲ । ବିଗତ କିଛି ଦିନ ଆପ୍ ଓ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶ ଓ ଉତ୍ତେଜନାମୂଳକ ବୟାନ ଦେଉଛନ୍ତି କପିଲ ମିଶ୍ରା । ଦିଲ୍ଲୀ ମତଦାନ ଯେତେ ପାଖେଇ ଆସୁଛି, କପିଲଙ୍କ ମୁହଁରୁ ସେତେ ଅଧିକ କଟାକ୍ଷ କରିଲା ଭଳି ବୟାନ ବାହାରୁଛି । ଏଥର କିନ୍ତୁ ତାଙ୍କ ଟାର୍ଗେଟରେ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁଲଲିମିନ (ଏଆଇଏମଆଇଏମ) ଅସାଦୁଦ୍ଦିନ ଓୱେସୀ ଓ ଅରବିନ୍ଦ୍ର କେଜ୍ରିୱାଲ ଉଭୟ ଅଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@@KapilMishra_IND
ଫଟୋ ସୌଜନ୍ୟ: ଟ୍ବିଟର@@KapilMishra_IND

ମଙ୍ଗଳବାର ସକାଳେ ଏକ ଟ୍ବିଟ କରି ସେ ଓୱେସୀ ଓ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି କେଜ୍ରିୱାଲ ହନୁମାନ ଚାଳିଶା ପଢିବାକୁ ଲାଗିଲେଣି, ଏବେ ଓୱେସୀ ହନୁଚାଳିଶା ପଢିବେ । ଏହା ଆମ ଏକତାର ତାକତ, ଏମିତି ଏକ ହୋଇ ରହିବା, ଏକାଠି ହୋଇ ରହିବା । ଏହାସହ ଏକ ହୋଇ ଭୋଟ କରିବା କଥା ସେ ଟ୍ବିଟରେ ଲେଖିଛନ୍ତି ।

ଆଗକୁ ସେ ଆହୁରି ଲେଖିଛନ୍ତି ଯେ, ଆମ ସମସ୍ତଙ୍କ ଏକତା 20 ପ୍ରତିଶତର ଭୋଟ ବ୍ୟାଙ୍କର ଖରାପ ରାଜନୀତିର କବର ଖୋଳି ରହିବ ।

ସୂଚନା ଯୋଗ୍ୟ ଯେ ସୋମବାର କପିଲ ମିଶ୍ରା ଟ୍ବିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟିର ନାମ ମୁସଲିମ ଲିଗ୍‌ ହେବା ଦରକାର ବୋଲି କହିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.