ETV Bharat / bharat

ବମ୍ପର ବିଜୟ ପରେ ଆଜି ବୈଠକ କରିବେ କେଜ୍ରିୱାଲ

author img

By

Published : Feb 12, 2020, 9:21 AM IST

70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ 62 ଆସନ ହାସଲ କରି ବମ୍ପର ବିଜୟ ହାସଲ କରିଛି ଆପ୍‌  । ଦଳର ବମ୍ପର ବିଜୟ ପରେ ବୁଧବାର ନବନିଯୁକ୍ତ ବିଧାୟକଙ୍କ ସହ ଏକ ବୈଠକ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

cm-arvind-kejriwal
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସକୁ ଧରାଶାୟୀ କରି ପୁଣିଥରେ କ୍ଷମତାକୁ ଫେରିଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ 62 ଆସନ ହାସଲ କରି ବମ୍ପର ବିଜୟ ହାସଲ କରିଛି ଆପ୍‌ । ତେବେ ଦଳର ବମ୍ପର ବିଜୟ ପରେ ବୁଧବାର ସକାଳୁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ସାକ୍ଷାତକାର କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ନିର୍ବାଚନରେ ବିଜୟ ହାସଲ କରିବା ପରେ ଉପରାଜ୍ୟପାଳଙ୍କ ସହ ଏହା ପ୍ରଥମ ଔପଚାରିକ ସାକ୍ଷାତକାର ହେବ । ଏହି ସାକ୍ଷାତକାର ପରେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଏକ ନବନିଯୁକ୍ତ ବିଧାୟକଙ୍କ ସହ ଏକ ବୈଠକ ହେବ । ଏହି ବୈଠକରେ କେଜ୍ରିୱାଲଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯିବ । ଏହି ବୈଠକରେ ଶପଥ ଗ୍ରହଣ ସମାରୋହ ଏବଂ ମନ୍ତ୍ରୀଙ୍କ ନାମ ଉପରେ ମଧ୍ୟ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲା ବିଧାନସଭା ନିର୍ବାଚନରେ ଆପ୍‌ ମୋଟ 70 ଆସନରୁ 62ଟିରେ ବିଜୟ ହାସଲ କରି ପୂର୍ବ ଲୋକପ୍ରିୟତା ବଜାୟ ରଖିଛି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବରେ ଏହା ତୃତୀୟ ଥର ପାଇଁ ଶାସନକୁ ଫେରିବା ପାଇଁ ଜନମତ ମିଳିଛି । ସେପଟେ ବିଜେପି 8 ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିବାରେ ଅସମର୍ଥ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.