ETV Bharat / bharat

ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ - aqi

ପ୍ରଦୂଷଣ ସ୍ତରକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ସମେତ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ତେବେ ଗତ ଏକ ସପ୍ତାହ ଧରି ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଖରାପ ଶ୍ରେଣୀରେ ରହିଛି ।

ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ
ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ
author img

By

Published : Oct 17, 2020, 1:08 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି । ପ୍ରଦୂଷଣସ୍ତରକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ସମେତ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ତେବେ ଗତ ଏକ ସପ୍ତାହ ଧରି ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଖରାପ ଶ୍ରେଣୀରେ ରହିଛି ।

ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ତଥ୍ୟ ଅନୁଯାୟୀ. ଆଇଟିଓରେ ଏକ୍ୟୁଆଇ 294, ଆରକେ ପୁରମର ଏକ୍ୟୁଆଇ 256, ଆନନ୍ଦ ବିହାରର ଏକ୍ୟୁଆଇ 286 ରହିଛି । ଏହି ତିନୋଟି ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରେ ରହିଛି ।

ତେବେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରେଡ ଲାଇଟ ଅନ୍ ଗାଡି ଅଫ୍ ନାମକ ଅଭିଯାନ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.