ETV Bharat / bharat

ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ, ମଧ୍ୟମ ବର୍ଗରେ ବାୟୁର ଗୁଣବତ୍ତା

ରାଜଧାନୀ ଦିଲ୍ଲୀରେ ପୁଣି ବାୟୁପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାକୁ ଲାଗିଛି । ବାୟୁର ଗୁଣବତ୍ତା ସୂଚକାଙ୍କ (AQI)ରେ ବାୟୁ ଗୁଣବତ୍ତା ସ୍କେଲ କ୍ରମାଗତ ଭାବେ ହ୍ରାସ ପାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ
ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ
author img

By

Published : Sep 28, 2020, 7:07 AM IST

ନୂଆଦିଲ୍ଲୀ: ଏବେ ବି ସରିନି କୋରୋନା ଟେନସନ । ଦିଲ୍ଲୀରେ କୋରୋନା ସାଙ୍ଗକୁ ବାୟୁ ପ୍ରଦୂଷଣର ମାତ୍ରା ବଢିଯିବା ବୋଝ ଉପରେ ନଳିତା ବିଡା ସଦୃଶ । ରାଜଧାନୀରେ ପୁଣି ବାୟୁପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାକୁ ଲାଗିଛି । ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ରେ ବାୟୁ ଗୁଣବତ୍ତା ସ୍କେଲ କ୍ରମାଗତ ଭାବେ ହ୍ରାସ ପାଉଛି । ଅର୍ଥାତ୍ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଥଣ୍ଡା ବୃଦ୍ଧି ସହିତ ପ୍ରଦୂଷଣ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଶନିବାର ସକାଳେ ଦିଲ୍ଲୀ ବାୟୁର ଗୁଣବତ୍ତା 'ମଧ୍ୟମ' ବର୍ଗରେ ଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ ସୋମବାର ସୁଦ୍ଧା ଗୁଣାତ୍ମକ ସ୍ତର ଖରାପ ହୋଇପାରେ । ଏ ସମ୍ପର୍କରେ ଏକ ପୂର୍ବାନୁମାନ ଜାରି କରାଯାଇଛି ।

ଶନିବାର ସକାଳ 9.30ରେ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) 168 ଥିଲା । ଯାହା 'ମଧ୍ୟମ' ବର୍ଗରେ ଅଛି । ଏହାପୂର୍ବରୁ ଶୁକ୍ରବାର ଏହା 134 ରେକର୍ଡ କରାଯାଇଥିଲା । ସୋମବାର ସୁଦ୍ଧା ଅବସ୍ଥା ଆହୁରି ଖରାପ ହେବ ବୋଲି ଆଶା କରାଯାଉଛି । କୋରୋନା ସଂକ୍ରମଣର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦିଲ୍ଲୀବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ବାୟୁ ଗୁଣବତ୍ତା ଖରାପ ହୁଏ ତେବେ ଦିଲ୍ଲୀବାସୀଙ୍କ ପାଇଁ ଆହୁରି ଚିନ୍ତା ବଢିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.