ETV Bharat / bharat

ପ୍ରତିରକ୍ଷା ସଚିବ ଅଜୟ କୁମାର କୋରୋନା ପଜିଟିଭ ଚିହ୍ନଟ

ପ୍ରତିରକ୍ଷା ସଚିବ ଅଜୟ କୁମାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ହୋମ କ୍ବାରେନଣ୍ଟାଇନରେ ଥିବା ସୂଚନା ରହିଛି ।

ପ୍ରତିରକ୍ଷା ସଚିବ ଅଜୟ କୁମାର କୋରୋନା ପଜିଟିଭ ଚିହ୍ନଟ
ପ୍ରତିରକ୍ଷା ସଚିବ ଅଜୟ କୁମାର କୋରୋନା ପଜିଟିଭ ଚିହ୍ନଟ
author img

By

Published : Jun 4, 2020, 11:39 AM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ସଚିବ ଅଜୟ କୁମାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କିଛିଦିନ ପୂର୍ବରୁ ସେ ଅସୁସ୍ଥ ଥିବାବେଳେ ମଙ୍ଗଳବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସେ ହୋମ କ୍ବାରେଣ୍ଟାଇନରେ ଥିବା ସୂଚନା ରହିଛି ।

ତେବେ ଏନେଇ ରାଇସିନା ପାହାଡ ଦକ୍ଷିଣ ବ୍ଲକ ମନ୍ତ୍ରଣାଳୟର ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଅତି କମରେ 35 ଜଣ ଅଧିକାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଦକ୍ଷିଣ ବ୍ଲକରେ କାର୍ଯ୍ୟାଳୟରେ ଯୋଗ ଦେଇ ନାହାଁନ୍ତି। ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟରେ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ଜୋରଦାର ଚାଲିଛି । ଏହାସହ ସାଉଥ ବ୍ଲକର ପ୍ରଥମ ମହଲାକୁ ସାନିଟାଇଜ କରାଯାଉଛି ।

ପ୍ରତିରକ୍ଷା ସଚିବ ଗତ କିଛି ଦିନ ମଧ୍ୟରେ ସେବା ମୁଖ୍ୟ କିମ୍ବା ପ୍ରତିରକ୍ଷା କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦକ୍ଷିଣ ବ୍ଲକର ପ୍ରଥମ ମହଲାରେ ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ, ସେନା ମୁଖ୍ୟ ଏବଂ ନୌସେନା ମୁଖ୍ୟଙ୍କ କାର୍ଯ୍ୟାଳୟ ରହିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.