ନୂଆଦିଲ୍ଲୀ: ଡ଼ିଫେନ୍ସ ରିସର୍ଚ ଏବଂ ଡେଭଲ୍ପମେଣ୍ଟ ସଂସ୍ଥା (ଡ଼ିଆରଡ଼ିଓ) ପ୍ରତିରକ୍ଷାମନ୍ତ୍ରୀ ମନ୍ତ୍ରୀ ରାଜନାଥ ସିଂକୁ ଭେଟିଛନ୍ତି । ଏହା ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଆଲୋଚନା ମଧ୍ୟ କରାଯାଇଛି । ଯେଉଁଥିରେ କି ପ୍ରତିରକ୍ଷା ସ୍ତରୀୟ ବିଭିନ୍ନ ସ୍ବଦେଶୀ ଯନ୍ତ୍ରାଶଂ ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଛି ।
ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି, କି ଭାରତରେ 108 ଟି ସ୍ବଦେଶୀ ଯନ୍ତ୍ରାଂଶ ଏବଂ ଅନ୍ୟ କିଛି ଜିନିଷ ଭାରତୀୟ କମ୍ପାନୀ ନିର୍ମାଣ କରିବା ନେଇ ବୈଠକରେ ସ୍ଥିର ହୋଇଥିବା ସୂଚନା ମିଳିଛି ।
ଚାଇନା ସହ ଭାରତର ସମ୍ପର୍କ ତିକ୍ତ ହେବା ପରଠୁ ଅନେକ ପଦାର୍ଥ ଭାରତରେ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି ଭାରତ ସରକାର । ଯେଉଁଥିରେ ଅନେକ ପ୍ରତିରକ୍ଷା ସ୍ତରୀୟ ଯନ୍ତ୍ରାଂଶ ନିର୍ମାଣ କରିବାକୁ ସ୍ଥିର କରିଛି ବିଭାଗ ।
@ANI