ETV Bharat / bharat

ଆହୁରି ଶକ୍ତିଶାଳୀ ହେବ ସେନା, କିଣାହେଲା 8500 କୋଟିର ଅସ୍ତ୍ରଶସ୍ତ୍ର

author img

By

Published : Jul 24, 2019, 8:00 PM IST

ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ମାମଲାରେ ଆଉ ପାଦେ ଆଗେଇଛନ୍ତି ମୋଦି ସରକାର । ଦ୍ବିତୀୟ ପାଳି ସରକାର ଗଢିବାର ମାତ୍ର 50 ଦିନ ମଧ୍ୟରେ ପ୍ରାୟ 8500 କୋଟିର ଅସ୍ତ୍ରଶସ୍ତ୍ର ଭାରତୀୟ ସେନା ପାଇଁ କିଣିଛନ୍ତି ।  ଏଥିସହ ଭାରତୀୟ ସେନାର ନବୀକରଣ ପାଇଁ ବିଭିନ୍ନ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଖୁବ ଶିଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଶକ୍ତିଶାଳୀ କରିବା କ୍ଷେତ୍ରରେ ଗୁରୁତ୍ବାରୋପ କରୁଛନ୍ତି କେନ୍ଦ୍ରର ମୋଦି ସରକାର । ଆଉ ଏ କ୍ଷେତ୍ରରେ ଆଉ ପାଦେ ମଧ୍ୟ ଆଗେଇଛନ୍ତି । ଦ୍ବିତୀୟ ପାଳିରେ ସରକାର ଗଢିବାର ମାତ୍ର 50 ଦିନ ମଧ୍ୟରେ ପ୍ରାୟ 8500 କୋଟିର ଅସ୍ତ୍ରଶସ୍ତ୍ର ଭାରତୀୟ ସେନା ପାଇଁ କିଣାଯାଇଛି । ଏଥିସହ ସେନାର ନବୀକରଣ ନିମନ୍ତେ ବିଭିନ୍ନ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି ।

ବାଲାକୋଟ୍ ଏୟାରଷ୍ଟ୍ରାଇକ ଭଳି ଜବାବୀ ସାମରିକ କାର୍ଯ୍ୟାନୁଷ୍ଠାନରେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆବଶ୍ୟକତା ଥିଲା । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମୋଦି ସରକାର ସେନାଙ୍କୁ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅଧିକାର ପ୍ରଦାନ କରିଥିଲେ ।

ବିଗତ 50 ଦିନ ମଧ୍ୟରେ ସେନା ଆର୍-73, ଆର୍-77 ଏୟାର-ଟୁ-ଏୟାର ମିସାଇଲ, ସ୍ପାଇସ 2000 ଏୟାର ଟୁ ଗ୍ରାଉଣ୍ଡ ଷ୍ଟାଣ୍ଡଅଫ୍ ଆଦି ଅସ୍ତ୍ରଶସ୍ତ୍ର କିଣିବା ନିମନ୍ତେ ଚୁକ୍ତି କରିଛି । ଭାରତୀୟ ସେନାର ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସେନାର ଅଧିକାରୀଙ୍କ ସହ ଏନେଇ ସମୀକ୍ଷା ବୈଠକ କରିଥିଲେ । ଉକ୍ତ ବୈଠକରେ ସେନାର ନବୀକରଣ କରିବା ଦିଗରେ ଆଲୋଚନା ହୋଇଥିଲା ।

New Delhi, July 24 (ANI): Air Chief Marshal Birender Singh Dhanoa paid homage at the National War Memorial in New Delhi on July 23. Wife of late Squadron Leader Ajay Ahuja along with wife of Late Subedar Mohd Shafi also paid homage on the occasion. National War Memorial was dedicated by the Prime Minister Narendra Modi on 25 Feb 2019 to all Martyrs of the Armed Forces of India who have made supreme sacrifice for the nation.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.