ETV Bharat / bharat

ବେଙ୍ଗାଲୁରୁ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ

ବେଙ୍ଗାଲୁରୁ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ହାଲର ତେଜସ୍‌ ଲାଇଟ୍‌ କମ୍ବାଟ ଏୟାରକାଫ୍ଟର ଦ୍ବିତୀୟ ଉତ୍ପାଦ ଲାଇନ କରିବେ ଉଦଘାଟନ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Feb 2, 2021, 11:05 AM IST

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ବେଙ୍ଗାଲୁରୁ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ସେ ହିନ୍ଦୁସ୍ଥାନ ଏରୋନେଟିକ୍‌ ଲିମିଟେଡ୍‌(HAL)ର ତେଜସ୍‌ ଲାଇଟ୍‌ କମ୍ବାଟ ଏୟାରକ୍ରାଫ୍ଟର ଦ୍ବିତୀୟ ଉତ୍ପାଦ ଲାଇନ ଉଦଘାଟନ କରିବେ ।

ଏହାସହ ଏରୋ ଇଣ୍ଡିଆ ସୋରେ ହେବେ ସାମିଲ । 3 ତାରିଖରୁ 5 ତାରିଖ ଯାଏ ଚାଲିବ ଏରୋ ଇଣ୍ଡିଆ ସୋ । ସୂଚନାଥାଉକି, ଭାରତୀୟ ବାୟୁସେନାକୁ 2024 ମାର୍ଚ୍ଚରେ ତେଜସ୍ ଏଲସିଏର ବିତରଣ ହେବ । ଏଥିପାଇଁ 48,000କୋଟିର ଚୁକ୍ତି ହୋଇଛି । ଏହାସହ 2024 ମାର୍ଚ୍ଚରୁ ସମୁଦାୟ 83ଟି ଜେଟରୁ ପ୍ରତିବର୍ଷ 16ଟି ବିତରଣ କରିବ ବୋଲି ହାଲର ଚେୟାରମ୍ୟାନ କହିଛନ୍ତି ।

ସୂଚନାଥାଉକି, ସିସିଏସ(ସୁରକ୍ଷା ଉପରେ କ୍ୟାବିନେଟ କମିଟି) ଏହାକୁ ଜାନୁଆରୀ 13 ତାରିଖରେ ମଞ୍ଜୁର ଦେଇଥିଲା । ଏହାକୁ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । ତେବେ ଏହି ଏୟାରକ୍ରାଫ୍ଟ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ସେନା ଆହୁରି ସଶକ୍ତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.