ସିଙ୍ଗାପୁର: ପୁଣିଥରେ ପାକିସ୍ତାନର ଅସଲି ଚେହେରା ଦୁନିଆ ସାମ୍ନାକୁ ଆଣିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିଙ୍ଗାପୁରରେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ସମାଲୋଚନା କରି ସେ କହିଛନ୍ତି ଯେ, ଆମର ଏକ ପଡୋଶୀ ଦେଶ ରହିଛି, ତାହାର ନାଁ ହେଉଛି ପାକିସ୍ତାନ। ହେଲେ ତା'ର କାମ ସମ୍ପୂର୍ଣ୍ଣ ଅଲଗା। ଭାରତ ବିରୋଧି କାର୍ଯରେ ସେ ସବୁବେଳେ ସେ ସମ୍ପୃକ୍ତ ଥାଏ। ଏହି କାର୍ଯ୍ୟକଳାପ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିବ ନାହିଁ ବୋଲି ବିଦେଶ ମାଟିରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।
ମଙ୍ଗଳବାର ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି ଯେ, ପଡୋଶୀ ଦେଶ ପାକିସ୍ତାନ ନିଜ ନାମର ଅର୍ଥକୁ ପ୍ରମାଣ କରିବାରେ ଅସମର୍ଥ ହୋଇଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଏହା ସହିତ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ନେଇ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ବିଶ୍ବ ସମ୍ମୁଖରେ ରଖିଛନ୍ତି ସେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାରଠୁ 2 ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ଏଠାରେ ସେ ତାଙ୍କର ସିଙ୍ଗାପୁରର ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ।