ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲା ଏନ-32 ବିମାନ ଦୁର୍ଘଟଣାରେ ସହିଦ ବିମାନ କର୍ମଚାରୀଙ୍କ ମରଶରୀର। ଏନେଇ ଦିଲ୍ଲୀରେ ପହଞ୍ଚିଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ସୂଚନା ଯୋଗ୍ୟ, ଜୁନ 3ରେ ଘଟିଥିଲା ଏହି ଦୁର୍ଘଟଣା । ଆସାମର ଜୋରହାଟରୁ ଉଡାଣ ଭରିଥିବା ବାୟୁସେନା ବିମାନ AN-32 ସହ କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବହୁ ଖୋଜାଖୋଜି କରିବା ପରେ ବିମାନ କିମ୍ବା ବିମାନରେ ଥିବା 13 ଜଣଙ୍କ ପତ୍ତା ପାଇନଥିଲା ବାୟୁସେନା । ସେହି ସମୟରେ ଅନେକ ଥର ପ୍ରତିକୂଳ ପାଗ ମଧ୍ୟ ବାଧା ଦେଇଥିଲା ।
ଶେଷରେ 9 ଦିନ ପରେ ବିମାନର ଭଗ୍ନାବଶେଷ ମିଳିବା ସହ ସମସ୍ତ ସଦସ୍ୟଙ୍କୁ ମୃତ ଘୋଷଣା କରିଥିଲା ବାୟୁସେନା । ଏହି ବିମାନରେ ଥିବା ପାଇଲଟ ମଧ୍ୟ ଓଡିଆ ଥିଲେ । ତାଙ୍କ ନାମ ଥିଲା ସୁନୀତ ମହାନ୍ତି । ଏନ-୩୨ ବିମାନରେ ସେ ଲେଫ୍ଟନାଣ୍ଟ ଥିଲେ। ତାଙ୍କର ଘର କବିସୂର୍ଯ୍ୟ ନଗରର ବଳିଆପଲ୍ଲି ଗ୍ରାମରେ।