ETV Bharat / bharat

ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗେଙ୍କୁ ଭେଟିଲେ ରାଜନାଥ ସିଂ - Chinese counterpart Wei Fenghe

ପୂର୍ବଲଦାଖରେ ଚୀନ ସହ ଜାରି ବିବାଦ ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷ ୱାଇ ଫେଙ୍ଗେଙ୍କୁ ଭେଟିଛନ୍ତି ।

ଚୀନ ପ୍ରତିରକ୍ଷାମନ୍ତ୍ରୀ ୱାଇ ଫେଙ୍ଗେଙ୍କୁ ଭେଟିଲେ ରାଜନାଥ ସିଂ

author img

By

Published : Sep 4, 2020, 10:41 PM IST

ନୂଆଦିଲ୍ଲୀ: ପୂର୍ବଲଦାଖରେ ଚୀନ ସହ ଜାରି ବିବାଦ ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷ ୱାଇ ଫେଙ୍ଗେଙ୍କୁ ଭେଟିଛନ୍ତି । ଉଭୟ ନେତା ଋଷର ରାଜଧାନୀ ମସ୍କୋରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଫେଙ୍ଗେ ରାଜନାଥ ସିଂଙ୍କ ସହ ବୈଠକ କରିବାକୁ ସମୟ ମାଗିଥିଲେ। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ପାଇଁ ଉଭୟ ନେତା ବର୍ତ୍ତମାନ ଋଷରେ ଅଛନ୍ତି।

ମେ ମାସରୁ ଚୀନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ସେବେଠାରୁ ଉଭୟ ପକ୍ଷ ମଧ୍ୟରେ ଏହାର ସମାଧାନ ପାଇଁ ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ରାଉଣ୍ଡ ଆଲୋଚନା ହୋଇଛି। ତେବେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୈଠକ ଏବେସୁଦ୍ଧା ହୋଇଥିବା ସର୍ବୋଚ୍ଚ ସ୍ତରର ବୈଠକ । ଯାହା ଉତ୍ତେଜନା ଆରମ୍ଭ ହେବାପରେ ପ୍ରଥମ ଥର ପାଇଁ ହୋଇଛି।

ସୂଚନାଯୋଗ୍ୟ ଯେ, ଜୁନ ମାସରେ ଗଲୱାନ ଉପତ୍ୟକାରେ ଚୀନ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ରାଜନାଥ ସିଂ ଋଷ ଗସ୍ତରେ ଯାଇଥିଲେ । ସେ ଋଷର ବିଜୟ ଦିବସ ପରେଡରେ ସାମିଲ ହୋଇଥିଲେ । ସେହି ସମୟରେ ଚୀନର ପ୍ରତିନିଧୀମାନେ ମଧ୍ୟ ଋଷରେ ଉପସ୍ଥିତ ଥିଲେ । କିନ୍ତୁ ରାଜନାଥ ସିଂ ଚୀନ ଅଧିକାରୀଙ୍କୁ ଭେଟି ନଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.