ETV Bharat / bharat

ଜୁଲାଇ 17-18 ରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ ଓ ସେନା ପ୍ରମୁଖ - ଜୁଲାଇ 17-18 ରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା 17 ଓ 18 ତାରିଖରେ କାଶ୍ମୀର ଏବଂ ଲଦାଖ ଗସ୍ତ କରିବେ । ତାଙ୍କ ସାଙ୍ଗରେ ଯିବେ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁ୍ନ୍ଦ ନରଭଣେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜୁଲାଇ 17-18 ରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

author img

By

Published : Jul 15, 2020, 6:11 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା 17 ଓ 18 ତାରିଖରେ କାଶ୍ମୀର ଏବଂ ଲଦାଖ ଗସ୍ତ କରିବେ । ତାଙ୍କ ସାଙ୍ଗରେ ଯିବେ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁ୍ନ୍ଦ ନରଭଣେ । ମେ 5 ତାରିଖରେ ଲାଇନ ଅଫ ଏକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତ-ଚୀନ ମଧ୍ୟରେ ବିବାଦ ଚାଲିବା ପରେ ଏହା ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ଗସ୍ତ ।

ରାଜନାଥ ସିଂହ ଜୁଲାଇ 17 ରେ ଲଦାଖ ଏବଂ 18 ରେ ଶ୍ରୀନଗର ଗସ୍ତ କରିବେ । ସେ ଆର୍ମି ଚିଫଙ୍କ ସହ କିଛି ଫରୱାର୍ଡ ଲୋକେସନକୁ ମଧ୍ୟ ଯିବେ । ସୂଚନା ଥାଉକି ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଜୁଲାଇ 3 ତାରିଖରେ ଲଦାଖ ଗସ୍ତ କରିବେ ବୋଲି ଯୋଜନା କରିଥିଲେ । କିନ୍ତୁ ସେହି ସମୟରେ କାର୍ଯ୍ୟକ୍ରମରେ କିଛି ଅଦଳବଦଳ ହେଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଗସ୍ତ କରିଥିଲେ ।

ସେହି ଗସ୍ତରେ ପ୍ରଧାନମନ୍ତ୍ରୀ ଶତ୍ରୁଙ୍କ ନାମ ବିନା ଉଚ୍ଚାରଣରେ କଡା ଜବାବ ଦେଇଥିଲେ । ସେଠାରେ ସେ ନିୟୋଜିତ ସେନାଙ୍କ ସହ କଥାବର୍ତ୍ତା କରିଥିଲେ ଏବଂ ସେମାନଙ୍କୁ ସମ୍ବୋଧିତ କିରିଥିଲେ । ସେପଟେ ରାଜନାଥ ସିଂହ ମଧ୍ୟ ସୁରକ୍ଷା ବାବଦରେ ସମୀକ୍ଷା କରିବା ପାଇଁ ଲଦାଖ ଗସ୍ତ କରିବେ ବୋଲି ଜଣାପଡିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.