ETV Bharat / bharat

ସିଆଚିନ ଯିବେ ରାଜନାଥ

author img

By

Published : Jun 2, 2019, 6:49 PM IST

ସୋମବାର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସିଆଚିନ ଗସ୍ତରେ ଯିବେ । ସିଆଚିନରେ ପହଞ୍ଚି ରାଜନାଥ ଯବାନଙ୍କ ସହ କଥା ହେବା ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦି ମନ୍ତ୍ରିମଣ୍ଡଳରେ ରକ୍ଷାମନ୍ତ୍ରୀ ଦାୟିତ୍ବ ସମ୍ଭାଳିବା ପରେ ରାଜନାଥ ସିଂହ ସୋମବାର ସିଆଚିନ ଗସ୍ତରେ ଯିବେ । ରକ୍ଷାମନ୍ତ୍ରୀ ପଦରେ ଶପଥ ନେବା ପରେ ରାଜନାଥ ସିଆଚିନକୁ ନିଜର ପ୍ରଥମ ଯାତ୍ରା ଭାବେ ଚୟନ କରିଛନ୍ତି ।

ଦୁନିଆର ସବୁଠୁ ଉଚ୍ଚତମ ଯୁ୍ଦ୍ଧ କ୍ଷେତ୍ର ସିଆଚିନରେ ପହଞ୍ଚି ରାଜନାଥ ଯବାନଙ୍କ ସହ କଥା ହେବା ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ରାଜନାଥଙ୍କ ସିଆଚିନ ଗସ୍ତ ସମୟରେ ସ୍ଥଳସେନା ପ୍ରମୁଖ ଜେନେରାଲ ବିପିନ ରାଓ୍ବତ ଓ ରକ୍ଷା ମନ୍ତ୍ରାଳୟର ଅନ୍ୟ ଅଧିକାରୀ ସାମିଲ ରହିବେ ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଗୃହ ମନ୍ତ୍ରୀ ପଦ ସମ୍ଭାଳି ଥିବା ରାଜନାଥ ଦ୍ବିତୀୟ କାର୍ଯ୍ୟକାଳ ମଧ୍ୟରେ ରକ୍ଷାମନ୍ତ୍ରୀ ହୋଇଛନ୍ତି । ପଦଭାର ଗ୍ରହଣ ପରେ ରାଜନାଥଙ୍କୁ ଆକ୍ସନ ମୁଡରେ ଦେଖିବାକୁ ମିଳିଥିବା ବେଳେ ସେ ସ୍ଥଳସେନା, ବାୟୁସେନା ଓ ନୌସେନାଙ୍କ ସହ ଦେଶର ସୁରକ୍ଷାକୁ ନେଇ ବୈଠକ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.