ETV Bharat / bharat

ବିଜ୍ଞାପନ ବିବାଦ: ଲଭ ଜିହାଦକୁ ପ୍ରୋତ୍ସାହନ ଅଭିଯୋଗ, ପ୍ରବଳ ବିରୋଧ ପରେ ଭିଡିଓ ହଟାଇଲା କମ୍ପାନୀ - BoycottTanishq trends

ବିବାଦୀୟ ବିଜ୍ଞପନକୁ ନେଇ ଫସିଲା ତନିଷ୍କ । ସୋସିଆଲ ମିଡିଆରେ ଟ୍ରୋଲ ଓ ବୟକଟ ଟ୍ରେଣ୍ଡ ପରେ ବିଜ୍ଞାପନ ଭିଡିଓ ହଟାଇ ସଫେଇ ଦେଇଛି କମ୍ପାନୀ । ଅଧିକ ପଢନ୍ତୁ..

ବିବାଦୀୟ ବିଜ୍ଞାପନ ଭିଡିଓ ହଟାଇଲା ତନିଷ୍କ, ଭୁଲ ପାଇଁ କଲା ଦୁଃଖ ପ୍ରକାଶ

author img

By

Published : Oct 14, 2020, 11:40 AM IST

ନୂଆଦିଲ୍ଲୀ: ବିବାଦ ଘେରରେ ଦାମୀ ପ୍ରସିଦ୍ଧ ଗହଣା ବ୍ରାଣ୍ଡ ତନିଷ୍କ । ନୂଆ ବିଜ୍ଞାପନ ଭିଡିଓକୁ ନେଇ ସୋସିଆଲ ମିଡିଆରେ ବର୍ଷୁଛନ୍ତି ୟୁଜର୍ସ । ଏପରିକି ବିଜ୍ଞାପନରେ ‘ଲଭ ଜିହାଦ’କୁ ପ୍ରୋତ୍ସାହନ କରାଯାଉଥିବା ଅଭିଯୋଗ ପରେ ବିଜ୍ଞାପନ ଭିଡିଓ ହଟାଇଛି ତନିଷ୍କ ।

ବିବାଦୀୟ ବିଜ୍ଞାପନ ଭିଡିଓ ହଟାଇଲା ତନିଷ୍କ, ଭୁଲ ପାଇଁ କଲା ଦୁଃଖ ପ୍ରକାଶ
ବିବାଦୀୟ ବିଜ୍ଞାପନ ଭିଡିଓ ହଟାଇଲା ତନିଷ୍କ, ଭୁଲ ପାଇଁ କଲା ଦୁଃଖ ପ୍ରକାଶ

ବିଜ୍ଞାପନ ହଟାଇବା ସହ କମ୍ପାନୀ ସଫେଇ ଦେଇଛି । କମ୍ପାନୀର ମୁଖପାତ୍ର ଏନେଇ ସ୍ପଷ୍ଟିକରଣ ରଖିଛନ୍ତି । ଏହି ବିଜ୍ଞାପନ ଫିଲ୍ମର ଲକ୍ଷ୍ୟ କାହାର ଭାବନାକୁ ଆଘାତ ପହଞ୍ଚାଇବା ଆଦୌ ନୁହେଁ । ଏଣୁ ଏବେ ଏହାକୁ ପ୍ରତ୍ୟାହାର କରାଯାଉଛି ବୋଲି କମ୍ପାନୀ କହିଛି ।

ପ୍ରକାଶ ଯେ, କମ୍ପାନୀର ଏକ ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲିଂ ଓ ବୟକଟ ନେଇ ଦାବି ତେଜିଛି । ଆଉ ଏହା ପରେ କମ୍ପାନୀ ଏହି ବିଜ୍ଞାପନକୁ ହଟାଇଦେଇଛି ।

କଣ ଥିଲା ବିଜ୍ଞାପନ ?

ବିଜ୍ଞାପନରେ ଜଣେ ହିନ୍ଦୁ ଝିଅଙ୍କ ସାଦଖିଆ ରୀତିନୀତିକୁ ଦେଖାଯାଉଛି । ହିନ୍ଦୁ ଝିଅଟି ମୁସଲିମ ପରିବାରର ବୋହୁ ହୋଇଥିଲା ବେଳେ ସେ ଗର୍ଭବତୀ ଥିବା ସମୟରେ ତାଙ୍କ ପାଇଁ ସାଦଖିଆ ପରମ୍ପରାରର ଆୟୋଜନ ହୋଇଛି । ଯେହେତୁ ଏହା ଏକ ହିନ୍ଦୁ ପରମ୍ପରା, ଏଣୁ ବୋହୂ ତାଙ୍କ ଶାଶୂଙ୍କୁ ପଚାରୁଛି , ‘ମା ଆପଣଙ୍କ ଘରେ ତ ଏହି ପରମ୍ପରା ନାହିଁ , ଏହାର ଉତ୍ତରରେ ଶାଶୂ କହୁଛନ୍ତି କି, କିନ୍ତୁ ଝିଅଙ୍କୁ ଖୁସି ରଖିବା ପରମ୍ପରା , ରୀତିନୀତି ତ ସବୁ ଘରେ ରହିଥାଏ ।

ତେବେ ଏହି ବିଜ୍ଞାପନକୁ ବିରୋଧ କରି ଲଭ ଜିହାଦକୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ହୋଇଛି । ଟ୍ବିଟରରେ ବୟକଟ ତନିଷ୍କ ଟ୍ରେଣ୍ଡ କରିବା ସହ ଏହାକୁ ଟ୍ରୋଲ ମଧ୍ୟ କରାଯାଉଥିବା ଦେଖାଦେଇଛି । ଜାତି ଧର୍ମ ନାଁରେ ବିଜ୍ଞାପନ ବନ୍ଦ ନେଇ ଦାବି ଉଠିଛି ।

ଆଉ ଏସବୁ ପରେ କମ୍ପାନୀ ସଫେଇ ଦେଇ କହିଛି କି, ‘‘ ଲୋକଙ୍କ ଭାବନାକୁ ଆଘାତ ଲାଗିଥିବାରୁ ଆମେ ଦୁଃଖୀତ, ଅଜାଣତରେ ହୋଇଥିବା ଏହି ଭୁଲ ପାଇଁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ । ଦେଶର ଜନତାଙ୍କ ଆଦର କରିବା ସହ ଆମେ ଆମ କର୍ମଚାରୀ, ଭାଗୀଦାରୀ ଓ ଷ୍ଟୋର କର୍ମଚାରୀଙ୍କ ସୁବିଧାକୁ ଧ୍ୟାନରେ ରଖି ବିଜ୍ଞାପନକୁ ହଟାଇଛୁ । ତେବେ ଏହି ଏତାତ୍ମ ଅଭିୟାନ ପଛରେ ବିଚାର ଏହି ଚ୍ୟାଲେଞ୍ଜିଂ ସମୟରେ ବିଭିନ୍ନ କ୍ଷେତ୍ରର ଲୋକ, ସ୍ଥାନୀୟ ସମ୍ପ୍ରଦାୟ ଓ ପରିବାକୁ ଏକତ୍ର କରି ପର୍ବ ପାଳନ ପାଇଁ ପ୍ରେରିତ କରିବା ଥିଲା । ହେଲେ ଏହା ଲୋକଲୋଚନକୁ ଆସିବା ପରେ ଏହାର ମୂଳ ଉଦ୍ଦେଶ୍ୟ ଦିଗହୀନ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.