ନୂଆଦିଲ୍ଲୀ: ଆସନ୍ତା 14 ରେ 21 ଦିନର ଲକ ଡାଉନ ଅବଧି ଶେଷ ହେବ । ଏହାପରେ ଦେଶରେ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସୂଚନା ଦେଲେ କେନ୍ଦ୍ରମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାରଲ ।
ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ନିଶ୍ଚୟ ସରକାର ଗୁରୁତ୍ବ ଦେବେ। ଶିକ୍ଷାନୁଷ୍ଠାନ ଅଧିକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ଦ୍ବାରା ଯେପରି ପିଲାଙ୍କର ପାଠପଢାରେ କୌଣସି କ୍ଷତି ନହୁଏ ସେନେଇ ମଧ୍ୟ ଧ୍ୟାନ ରଖାଯିବ । ପୂର୍ବରୁ ବନ୍ଦ ଥିବା ପରୀକ୍ଷା ଆଦି ଉପରେ ମଧ୍ୟ ସମୀକ୍ଷା କରାଯିବ ।