ETV Bharat / bharat

ସମୁଦ୍ର କନ୍ୟା; ସମୁଦ୍ର ଭିତରୁ ସଂଗ୍ରହ କରନ୍ତି ଶୈବାଳ

ତାମିଲନାଡୁର ଦକ୍ଷିଣ ରାମନାଥପୁରମ୍ ଜିଲ୍ଲା ରାମେଶ୍ବରମର ପବିତ୍ର ଦ୍ବୀପ । ଯେଉଁଠି କଅଁଳ ଖରାର ସ୍ପର୍ଶ ପରେ ମହିଳାଙ୍କ ଏକ ବ୍ୟାଚ ସମୁଦ୍ର ଭିତରକୁ ଯାଇ ସଂଗହ କରନ୍ତି ଶୈବାଳ । ଆଉ ଘଣ୍ଟା ଘଣ୍ଟା ଧରି ଲୁଣି ପାଣିରେ ଗୋଟିଏ ନିଶ୍ବାସରେ ବୁଡି ରହିଥାନ୍ତି । ଅଧିକ ପଢନ୍ତୁ...

author img

By

Published : Oct 9, 2020, 8:12 PM IST

ସମୁଦ୍ର କନ୍ୟା; ଯିଏ ସମୁଦ୍ର ଭିତରୁ ସଂଗ୍ରହ କରନ୍ତି ଶୈବାଳ

ରାମନାଥପୁରମ: ତାମିଲନାଡୁର ଦକ୍ଷିଣ ରାମନାଥପୁରମ୍ ଜିଲ୍ଲା ରାମେଶ୍ବରମର ପବିତ୍ର ଦ୍ବୀପ । ଯେଉଁଠି କଅଁଳ ଖରାର ସ୍ପର୍ଶ ପରେ ମହିଳାଙ୍କ ଏକ ବ୍ୟାଚ ସମୁଦ୍ର ଭିତରକୁ ପ୍ରବେଶ କରିଥାନ୍ତି । ଆଉ ଏହି ମହିଳାଙ୍କ ମଧ୍ୟରୁ ଅଧିକାଂଶ ବୟସର ଅପରାହ୍ନରେ ଉପନୀତ । ହେଲେ ଗଭୀର ସମୁଦ୍ରର ଲହଢୀ ଏମାନଙ୍କୁ ଭୟଭୀତ କରିପାରେନି । ବରଂ ସେ ସମୁଦ୍ର କନ୍ୟା ବୋଲି ଗର୍ବ କରନ୍ତି ।

ଲୁଣି ପାଣିରେ ଗୋଟିଏ ନିଶ୍ବାସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଡି ରହି ସମୁଦ୍ର ଶୈବାଳ ଏକତ୍ର କରି ଏମାନେ ବହୁ କଷ୍ଟରେ ଜୀବିକା ନିର୍ବାହ କରନ୍ତି । ଯାହା କୌଣସି ହାସ୍ୟାସ୍ପଦ କଥା ନୁହେଁ । ପର୍ଯ୍ୟଟନ ଏବଂ ମତ୍ସ୍ୟଚାଷ ବ୍ୟତୀତ, ସମୁଦ୍ର ତୃଣ ସଂଗ୍ରହ ବିଶେଷ କରି ମହିଳାମାନଙ୍କୁ ଲାଭଜନକ ରୋଜଗାର ଯୋଗାଇଥାଏ । ଆଉ ଦୀର୍ଘ ସମୟ ଧରି ଲୁଣି ପାଣିରେ ନିଶ୍ବାସ ବନ୍ଦ କରି ବୁଡିରହୁଥିବା ଅଧିକାଂଶ ମହିଳାଙ୍କ ବୟସ 60 ବର୍ଷରୁ ଅଧିକ । ସମୁଦ୍ର ତୃଣ କସମେଟିକ୍ସରେ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ, ତେଣୁ ବର୍ଷତମାମ ଏହାର ଅଧିକ ଡିମାଣ୍ଡ ରହିଥାଏ । ଆଉ ଏହି ମହିଳାମାନେ ଖୁବ କମ ଏହାର ବ୍ୟବହାର କରିଥାନ୍ତି ।

ସଂଗୃହୀତ ଏହି ସମୁଦ୍ର ଶୈବାଳକୁ କୂଳରେ ଶୁଖାଯାଇଥାଏ । ଥରେ ପ୍ରକ୍ରିୟାକରଣ ପରେ ଏହା କିଲୋ ପିଛା 50 ଟଙ୍କାରେ ବିକ୍ରି ହୁଏ । ତେବେ ଜାଣନ୍ତି କି ଜୀବନକୁ ବାଜି ଲଗାଇ ଦିନ ତମାମ ପରିଶ୍ରମ ପରେ ସେମାନେ ଏହି ସମୁଦ୍ରରୁ ଶୈବାଳରୁ 500 ରୁ 600 ଟଙ୍କା ରୋଜଗାର କରିଥାନ୍ତି । ଯାହା ବର୍ତ୍ତମାନ ସମୟରେ ସମୁଦ୍ରକୁ ଶଙ୍ଖେ ଭଳି ।

ପରିବାରର ଖର୍ଚ୍ଚ ସହ ନାନା ସମସ୍ୟାର ସାମ୍ନା କରୁଥିବା ଏହି ସମୁଦ୍ର କନ୍ୟା ଯେତେବେଳେ କାମରେ ଲାଗିପଡନ୍ତି ସେତେବେଳେ ବୟସ ବି ଏମାନଙ୍କ ସାମ୍ନାରେ ହାର ମାନିଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.