ଦରଭଙ୍ଗା: ବିହାରର ଦରଭଙ୍ଗା ଜିଲ୍ଲାର ବାହାଦୁରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ମହ୍ନୋଲି ଗ୍ରାମରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ। ଏହି ଅଞ୍ଚଳକୁ ଯିବା ଜଣେ ସାମ୍ବାଦିକଙ୍କ ପାଇଁ ମଧ୍ୟ ବଡ ଚ୍ୟାଲେଞ୍ଜ । ପ୍ରତିବର୍ଷ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଥିବା ଏହି ଗାଁର ସମସ୍ୟା କଥା ବୁଝିବାକୁ କେହି ଏଯାବତ୍ ଆଗେଇ ଆସିନାହାଁନ୍ତି । ସ୍ଥାନୀୟ ମୁଖିଆ, ବିଧାୟକ। ଓ ସାଂସଦଙ୍କ ପାଇଁ ଏହି ଗାଁ ଯେପରି କାଗଜ କଲମରେ ଗାଁର ମାନ୍ୟତା ପାଇଛି ।
ଗାଁ ଚାରିପଟେ ମାଡି ଯାଇଛି ବନ୍ୟା ଜଳ । ବନ୍ୟା ଜଳ ମଧ୍ୟ ଅନେକ ଘରେ ପ୍ରବେଶ କରିଛି, ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ଲୋକୋ ସୁରକ୍ଷିତ ସ୍ଥାନକୁ ନିଜେ ପହଞ୍ଚିଛନ୍ତି । ଏହା ସତ୍ତ୍ବ ନା ପ୍ରଧାନ, ସରପଞ୍ଚ, ପଞ୍ଚାୟତ ସମିତି କିମ୍ବା ଜିଲ୍ଲା ପରିଷଦ ସଦସ୍ୟ , ବିଧାୟକ, ସାଂସଦ ଏପର୍ଯ୍ୟନ୍ତ କେହି ଆସିନାହାଁନ୍ତି ଏହି ବନ୍ୟା ପ୍ରପୀଡିତ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା ବୁଝିବାକୁ ।
ରିପୋର୍ଟିଂ ପାଇଁ ଏହି ଗ୍ରାମକୁ ଯିବା ଏକ ବଡ ଚ୍ୟାଲେଞ୍ଜ ଥିଲା । ସ୍ଥାନୀୟ ଲୋକ ଯାହା କହିଥିଲେ ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଖୁବ ଶୀଘ୍ର ମୌଳିକ ସୁବିଧା ଯୋଗାଇବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ