ଲକ୍ଷ୍ନୌ: ଉତ୍ତରପ୍ରଦେଶ ଡୋମଖେରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଟଙ୍କା କାରବାରକୁ ନେଇ ଯୁକ୍ତିତର୍କ ପରେ ଜଣେ 17 ବର୍ଷୀୟ ଦଳିତ ଯୁବକ ବିକାଶ ଜଟାଭଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ମଙ୍ଗଳବାର ପୋଲିସ ସୂଚନା ଦେଇଛି ।
ଶନିବାର ବିଳମ୍ବିତ ରାତିରେ 4 ଜଣ ଅଭିଯୁକ୍ତ ବିକାଶଙ୍କ ଘରେ ପଶି ତାଙ୍କୁ ଗୁଳି କରିଛନ୍ତି । ଲାଲା ଚୌହାନ, ହୋରାମ ଚୌହାନ, ଜସଭୀର ଓ ଭୂଷଣ ନାମକ 4 ଅଭିଯୁକ୍ତ ଗୁଳି କରିଥିବା ବିକାଶର ବାପା ସୂଚନା ଦେଇଛନ୍ତି ।
ତେବ 4 ଜଣଙ୍କ ନାଁ ରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ଗିରଫ କରାଯାଇଛି । ପ୍ରକାଶଥାଉକି, ମେ 31ରେ ବିକାଶ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ମାତ୍ର ଏହାକୁ ବିରୋଧ କରିଥିଲେ ଗାଁର ଅନ୍ୟ କିଛି ଲୋକ । ଏହାକୁ ନେଇ ପୋଲିସ ନିକଟରେ ବିକାଶର ବାପା ଅଭିଯୋଗ କରିଥିଲେ ମାତ୍ର ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା ।
ଅନ୍ୟପକ୍ଷେ ଆମରୋହା ଏସପି ଭିପିନ୍ ତାଡାଙ୍କ ମତରେ, ଟଙ୍କା କାରବାରକୁ ନେଇ ବିକାଶ ସହ ଝଗଡା କରିଥିଲେ 4 ଅଭିଯୁକ୍ତ । ପରେ ଏମାନେ ବିକାଶ ଶୋଇଥିବା ଅବସ୍ଥାରେ ଘରେ ପଶି ଗୁଳି କରିଥିଲେ ।