ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବୃଦ୍ଧି ନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ମଙ୍ଗଳବାର ଭାରତୀୟ ବାୟୁସେନା ପାଇଁ 106ଟି ପ୍ରଶିକ୍ଷକ ବିମାନ ସମେତ ଆନୁମାନିକ 8,722.38 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉପକରଣ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି । ‘ଆତ୍ମନିର୍ଭର ଭାରତ’ ଅନ୍ତର୍ଗତ ଏହି ପଦକ୍ଷେପ ନିଆଯାଇଥିବା ବେଳେ ସ୍ବଦେଶୀ ଦକ୍ଷତା ଉପରେ ନିର୍ଭର କରି ସଶସ୍ତ୍ର ବାହିନୀକୁ ମଜବୁତ କରିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଭାରତୀୟ ସଶସ୍ତ୍ର ବାହିନୀ ଆବଶ୍ୟକ କରୁଥିବା ବିଭିନ୍ନ ପ୍ଲାଟଫର୍ମ ଏବଂ ଉପକରଣର ପୁଞ୍ଜି ଅଧିଗ୍ରହଣ ପାଇଁ ଅନୁମୋଦନ ପ୍ରଦାନ କରିଛି।
ହିନ୍ଦୁସ୍ତାନ ଏରୋନେିକ୍ସ ଲିମିଟେଡରୁ 106ଟି ବେସିକ ଟ୍ରେନର ଏୟାରକ୍ରାଫ୍ଟ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି | ପ୍ରାମାଣିକରଣ ପୂର୍ବରୁ 70ଟି ପ୍ରଶିକ୍ଷକ ବିମାନ ପ୍ରଥମେ ହାଲ୍ରୁ କ୍ରୟ କରାଯିବ ଏବଂ ଭାରତୀୟ ବାୟୁସେନାରେ HTT-40 ଜାହାଜ କାର୍ଯ୍ୟକ୍ଷମ ହେବା ପରେ ବାକି 36ଟି ଏୟାରକ୍ରାଫ୍ଟ କିଣାଯିବ ବୋଲି କୁହାଯାଇଛି ।
ସେହିପରି ଭାରତୀୟ ନୌସେନାର ଅଗ୍ନି ଶକ୍ତିରେ ଉନ୍ନତି ଆଣିବା ପାଇଁ ଡିଏସି ସୁପର ରାପିଡ ଗନ୍ ମାଉଣ୍ଟ (SRGM)ର ଅପଗ୍ରେଡ ସଂସ୍କରଣ କ୍ରୟକୁ ଅନୁମୋଦନ କରିଛି ଯାହା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL)ର ନୌସେନା ଏବଂ ଇଣ୍ଡିଆନ୍ କୋଷ୍ଟଗାର୍ଡ (ଆଇସିଜି) ଯୁଦ୍ଧ ଜାହାଜରେ ମୁଖ୍ୟ ବନ୍ଧୁକ ଭାବରେ ରହିଛି ।