ETV Bharat / bharat

ବାଂଲାଦେଶ ମୁହାଁହେଲାଣି 'ଫନି' - funny storm

ଓଡିଶା ଏବଂ ପଶ୍ଚିମବଙ୍ଗରେ ତାଣ୍ଡବ ମଚାଇବା ପରେ ଏବେ ପଡୋଶୀ ବାଲାଂଦେଶ ମୁହାଁଇଛି ସାମୁଦ୍ରିକ ଝଡ 'ଫନି'। ଆସନ୍ତା 6 ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି।

ଫଟୋ ସୌଜନ୍ୟ: ଟ୍ୱିଟର@Indiametdept
author img

By

Published : May 4, 2019, 12:17 PM IST

କୋଲକାତା:ଓଡିଶା ଏବଂ ପଶ୍ଚିମବଙ୍ଗରେ ତାଣ୍ଡବ ମଚାଇବା ପରେ ଏବେ ବାଲାଂଦେଶ ମୁହାଁ ହେବାରେ ଲାଗିଲାଣି ସାମୁଦ୍ରିକ ଝଡ 'ଫନି'। ଗତକାଲି ସକାଳ ସାଢେ 8ଟାରେ ଓଡିଶାର ପୁରୀ ଠାରେ ସ୍ଥଳଭାଗ ଛୁଇଁଥିଲା ଏହି ସାମୁଦ୍ରିକ ଝଡ । ପରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏହା ପଶ୍ଚିମବଙ୍ଗରେ ପହଞ୍ଚିଲା ।

ସାମୁଦ୍ରିକ ଝଡ 'ଫନି' ପ୍ରଥମେ ପଡୋଶୀ ରାଜ୍ୟର ମେଦୀନପୁର ଜିଲ୍ଲାରେ ସ୍ଥଳଭାଗ ଛୁଇଁଥିଲା। ପରେ ଏହା ପ୍ରଭାବ, ଦୀଘା କୋଲକାତା ଏବଂ ହୁଗୁଳି ଠାରେ ଅନୁଭୂତ। ଏହାଯୋଗୁଁ ରାଜଧାନୀ କୋଲକାତା ଏବଂ ଖଡଗପୁରରେ ବର୍ଷା ହୋଇଛି। ବର୍ତ୍ତମାନ 'ଫନି' ର ସ୍ଥିତି ପଶ୍ଚିମବଙ୍ଗର ଗାଙ୍ଗେୟ ତ୍ରୀକୋଣଭୂମି ଅଞ୍ଚଳରେ ରହିଛି ।

ଶନିବାର ସକାଳ ସାଢେ 8ଟା ସୁଦ୍ଧା ଏହାର ବାଂଲାଦେଶର ଉତ୍ତର ଦିଗରେ ଥିବା 23.6 ଉତ୍ତର ଅକ୍ଷାଂଶରୁ 88.8 ପୂର୍ବ ଦ୍ରାଘିମା ମଧ୍ୟରେ ରହିଛି । ଆସନ୍ତା 6 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାକୁ ଯାଉଛି। ଶନିବାର ମଧ୍ୟାନ୍ନ ସୁଦ୍ଧା ଏହା ବାଲାଂଦେଶରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)।

ଶନିବାର ସକାଳ ସାଢେ 5ଟା ସୁଦ୍ଧା ଏହାର ସ୍ଥିତି କୋଲକାତାରୁ 60 କିମି ଉତ୍ତର-ପଶ୍ଚିମ ଦିଗରେ ଥିଲା । ଯାହା ବର୍ତ୍ତମାନ ଉତ୍ତର ଦିଗ ଅଭିମୁଖ ଅଗ୍ରସର ହୋଇ ପଡୋଶୀ ଦେଶ ଆଡକୁ ମୁହାଁଇଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.