କୋଲକତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ବାତ୍ୟା ଅମ୍ପାନ । ଜନଜୀବନ ସବୁ ଛାରଖାର କରିଦେଇଛି । ବାତ୍ୟା ପରର ବିଭୀଷିକା ଅତ୍ୟନ୍ତ ଲୋମହର୍ଷକାରୀ । ଶହ ଶହ ଘର ଦ୍ବାରା ଭାଙ୍ଗିଯାଇଥିବା ବେଳେ 70ରୁ ଉର୍ଦ୍ଧ୍ବ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିକୁ ସୁଧାରିବା ଏବେ ସରକାରଙ୍କ ପାଇଁ କାଠିକର ପାଠ ପାଲଟିଛି । ତେବେ ଏହା ପ୍ରଥମ ନୁହେଁ ପଶ୍ଚିମବଙ୍ଗ ଓ ବାତ୍ୟାର ଇତିହାସ କାହିଁ କେତେ ପୁରାତନ । ଆଉ ଏହାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ରହିଛି ।
ପଶ୍ଚିମବଙ୍ଗ ଓ ବାତ୍ୟା ଇତିହାସ
ଇତିହାସ କୁହେ 1723 ମସିହା ପରଠୁ ପଶ୍ଚିମବଙ୍ଗରେ ବାତ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଆଉ ଏଥିରେ ହଜାର ହଜାର ଜୀବନ ଆଖି ବୁଜିଦେଇଛନ୍ତି । 1737 ମସିହା ଅକ୍ଟୋବର 7ରୁ 12 ତାରିଖ ଭିତରେ ହୋଇଥିବା ବଡ ଧରଣର ବାତ୍ୟାରେ ପ୍ରାୟ 30 ହଜାର ଲୋକ ପ୍ରାଣ ହରାଇଥିବା ବେଳେ 1833ରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ନିକଟରେ ବାତ୍ୟା ଲାଣ୍ଡଫଲ ଯୋଗୁଁ 30 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିଥିଲା ।
ସେହିଭଳି 1864 ଅକ୍ଟୋବର 2ରୁ 5 ମଧ୍ୟରେ ବାତ୍ୟା ସାଗର ଦ୍ବୀପରେ ଭୂମି ସ୍ତରରୁ 5 ମିଟର ଉଚ୍ଚରେ ପବନ ଲ୍ୟାଣ୍ଡଫଲ କରିଥିଲା । ଜଳ ସ୍ତର 3 ମିଟର ଉପରକୁ ଉଠିଥିଲା । ଚାରିଆଡେ ଜଳମଗ୍ନ ହୋଇଯାଇଥିଲା । ଏଥିରେ ପ୍ରାୟ 50 ହଜାର ଲୋକ (ପ୍ରାୟତଃ ପାଣିରେ ବୁଡି) ପ୍ରାଣ ହରାଇଥିଲେ । ଏବଂ 30 ହଜାର ଲୋକ ରୋଗାଗ୍ରସ୍ତ ହୋଇ ଜୀବନ ହାରିଥିଲେ । ବିଭିନ୍ନ ସ୍ଥାନକେ ଜଳ ସ୍ତର ସର୍ବାଧିକ 12 ମିଟରରେ ଉଚ୍ଚରେ ପହଞ୍ଚିଥିଲା ।
1942 ଅକ୍ଟୋବର 14ରୁ 16 ମଧ୍ୟରେ ହୋଇଥିବା ବାତ୍ୟାରେ 19 ହଜାର ଲୋକ ଓ 60,000 ଗାଇଗୋରୁ ପ୍ରାଣ ହରାଇଥିଲେ ।
1956 ମେ 29ରୁ ଜୁନ 1 ମଧ୍ୟରେ ମେଦିନାପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଲୁଣିଆ ଜଳ ପ୍ରବେଶ ଯୋଗୁଁ କୃଷି ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା
1971 ସେପ୍ଟେମ୍ବର 27ରୁ ଅକ୍ଟୋବର 1- ପ୍ରଥମେ ପଶ୍ଚିମବଙ୍ଗ ଉପକୂଳ ଦେଇ ବାତ୍ୟା ସୁନ୍ଦରବନ ଆଡକୁ ଗତି କରିଥିଲା । ପରେ ଅକ୍ଟୋବର 1ରେ ବିହାର ଉପରେ NW ଦୁର୍ବଳ ହୋଇଥିଲା । ଏଥିରେ 60 ଜଣ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ଭୁଷୁଡିଯାଇଥିଲା ।
1981 ଡିସେମ୍ବର 4ରୁ 11- ଡିସେମ୍ବର 10 ରେ ସାଗର ଦ୍ୱୀପ ନିକଟରେ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଥିଲା । ପରେ ପୁଣି 11 ତାରିଖ ସକାଳେ ଡିପ୍ରେସନ୍ ରୂପ ନେଇ ଦୁର୍ବଳ ହୋଇ ବାଂଲାଦେଶ ଆଡକୁ ଚାଲିଯାଇଥିଲା ।
ଏଥିରେ ପଶ୍ଚିମବଙ୍ଗର ପରଗଣା 24 ଜିଲ୍ଲାର 200 ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।
2009 ମେ 23ରୁ 26- 137 ଜଣଙ୍କ ମୃତ୍ୟୁ ହେବା ସହ 50 ହଜାର ଗାଇଗୋରୁ ଜୀବନ ହରାଇଥିଲେ ।
2019 ମେ ମାସ - ବାତ୍ୟା ‘ଫନି’ର କରାଳ ଗର୍ଜନ କୋଲକତାକୁ ପବନର ବେଗ ସର୍ବାଧିକ 100 Kmph ରହିଥିଲା । କିନ୍ତୁ ଏହା ସହର ଦେଇ ଗଲା ବେଳେ ଫ୍ରିଜ ହୋଇଯାଇଥିଲା ।
2019 ନଭେମ୍ବର -ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ‘ବୁଲବୁଲ’। ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିଲା । କିନ୍ତୁ ଏହାର ପ୍ରଭାବରେ କୋଲକତାରେ ସାମାନ୍ୟ ବର୍ଷା ହୋଇଥିଲା ।