ETV Bharat / bharat

ଆଜି ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁବ 'ନିଭାର', ଲକ୍ଷେରୁ ଉର୍ଦ୍ଧ୍ବଙ୍କୁ ସ୍ଥାନାନ୍ତର କଲା NDRF

author img

By

Published : Nov 25, 2020, 3:28 PM IST

Updated : Nov 25, 2020, 8:08 PM IST

Cyclone Nivar LIVE Updates
Cyclone Nivar LIVE Updates

19:53 November 25

ନିଭାରର ଲ୍ୟାଣ୍ଡଫଲ ପୂର୍ବରୁ ଅଶାନ୍ତ ଚେନ୍ନାଇ ମରୀନା ବିଚ୍‌

ବାତ୍ୟା ନିଭାରର ଲ୍ୟାଣ୍ଡଫଲ ପୂର୍ବରୁ ଅଶାନ୍ତ ହୋଇପଡିଛି ସମୁଦ୍ର । ଚେନ୍ନାଇର ମରୀନା ବିଚ୍‌ରେ ପ୍ରବଳ ପବନ ବହୁଛି । 

19:41 November 25

ଆଜି ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁବ 'ନିଭାର', ଲକ୍ଷେରୁ ଉର୍ଦ୍ଧ୍ବଙ୍କୁ ସ୍ଥାନାନ୍ତର କଲା NDRF

ବାତ୍ୟା ନିଭାର ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁରେ ଆରମ୍ଭ ହୋଇଯାଇଛି ହଲଚଲ । ଏଠାରେ ପ୍ରବଳ ପବନ ସାଙ୍ଗତୁ ତୁହାକୁ ତୁହା ଜାରି ରହିଛି ବର୍ଷା । ଏହାସହ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ବିମାନ ଓ ଟ୍ରେନ ମଧ୍ୟ ବାତିଲ କରିଦିଆଯାଇଛି ।  

ସେପଟେ ବୁଧବାର ବିଳମ୍ବିତ ରାତିରେ ନିଭାର ମମଲ୍ଲାପୁର ଓ କରାଇକଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଲ୍ୟାଣ୍ଡଫଲ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ତାମିଲନାଡୁରୁ ପାଖାପାଖି ଲକ୍ଷେ ଓ ପୁଡୁଚେରୀରୁ 1000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଏନଡିଆରଏଫ ଡିଜି ଏସଏନ ପ୍ରଧାନ ସୂଚନା ଦେଇଛନ୍ତି ।

ତାମିଲନାଡୁ ସରକାର ଗୁରୁବାର ଚେନ୍ନାଇ ସମେତ 13 ଟି ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି। ବୁଧବାର ମଧ୍ୟରାତ୍ରିରେ ଏହି ବାତ୍ୟା ସର୍ବାଧିକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଥିବାବେଳେ କାଞ୍ଚିପୁରମ୍, ଥିରୁଭଲୁର, ଚେନ୍ନାଇ, କୁଡାଲୋର, ଚେଙ୍ଗାଲପାଟ୍ଟୁ, ତିରୁବନନାମଲାଇ, ଭିଲୁପୁରମ୍, ତାନଜାଭୁର, ନାଗାପାଟ୍ଟିନମ୍, ପେରାମବୁର ଏବଂ ଆରିୟାଲୁରରେ ଗୁରୁବାର ଦିନ ସାର୍ବଜନିନ ଛୁଟି ଘୋଷଣା କରାଯାଇଛି ।

17:55 November 25

ବାତ୍ୟା ନିଭାର ଯୋଗୁଁ 12 ଘଣ୍ଟା ବନ୍ଦ ରହିବ ଚେନ୍ନାଇ ଏୟାରପୋର୍ଟ

ବାତ୍ୟା ନିଭର ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ବୁଧବାର ସନ୍ଧ୍ୟା 7ଟାରୁ ଗୁରୁବାର ସକାଳ 7 ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ ।

17:24 November 25

ନିଭାରର ଲ୍ୟାଣ୍ଡଫଲ ପୂର୍ବରୁ 37 ହଜାରରୁ ଉର୍ଦ୍ଧ୍ବ ସ୍ଥାନାନ୍ତର

ଏନଡିଆରଏଫ ଡିଜି ଏସଏନ ପ୍ରଧାନ କହିଛନ୍ତି,  ନିଭାର ଗଭୀର ବାତ୍ୟାର ରୂପ ନେଇସାଛି । ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ  ପ୍ରସ୍ତୁତ ରହିଛି । ଏନଡିଆରଏଫ ଟିମ ଗତ 2 ଦିନର ଧରି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ସ୍ଥନରେ ମୁତୟନ ହୋଇଛନ୍ତି  | ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ ଏବଂ ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ଦେଇ 25ଟି ଟିମ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ପ୍ରଧାନ ।

ତାମିଲନାଡୁରୁ ପ୍ରାୟ 30,000 ରୁ ଅଧିକ ଲୋକଙ୍କୁ ଏବଂ ପୁଡୁଚେରୀରୁ 7,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ସରକାର ଏକତ୍ର କାର୍ଯ୍ୟ କରୁଛନ୍ତି। କ୍ଷତି ହ୍ରାସ କରିବାକୁ ସମସ୍ତ ପ୍ରୟାସ କରାଯାଉଥିବା ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ।

16:18 November 25

ନିଭାରର ଲ୍ୟାଣ୍ଡଫଲ ପୂର୍ବରୁ ମମଲ୍ଲାପୁରମରେ ପ୍ରବଳ ବେଗରେ ବୁଛି ପବନ

ତାମିଲନାଡୁରେ କରାଇକଲ ଓ ମମଲ୍ଲାପୁରମ ସମୁଦ୍ର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ନିଭାର । ଲ୍ୟାଣ୍ଡଫଲ ପୂର୍ବରୁ ନିଭାରର ପ୍ରଭାବ ଦେଖିବାକୁ ମିଳିଛି । ମମଲ୍ଲାପୁରମରେ ପ୍ରବଳ ବେଗରେ ପବନ ବହୁଥିବା ଦେଖିବାକୁ ମିଳୁଛି । 

16:07 November 25

ମାଡି ଆସୁଛି ବାତ୍ୟା ନିଭାର, ଚେନ୍ନାଇ ଉପକୂଳରେ ମୁତୟନ ହେଲା ନୌସେନା ଜାହାଜ

ବାତ୍ୟା ନିଭାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ଅନୁମାନ କରିଛି ପାଣିପାଗ ବିଭାଗ । ପବନର ବେଗ ଘଣ୍ଟାପ୍ରତି 120ରୁ 130 କିଲୋମିଟର ରହିବ । କଚ୍ଚା ଘର ଭାଙ୍ଗିବା ସହ ଟେଲିଫୋନ ଖୁଣ୍ଟି ଉପୁଡିବ ବୋଲି ଆଶଙ୍କା ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ରିଲିଫ ସହ ଚେନ୍ନାଇ ସମୁଦ୍ର ଉପକୂଳରେ ମୁତୟନ ହୋଇଛି ନୌସେନା ଜାହାଜ ।

15:42 November 25

ପୁଡୁଚେରୀରୁ 120 କିଲୋମିଟର ଦୂରରେ 'ନିଭାର', ମଧ୍ୟରାତ୍ରିରେ ରଚିବ ତାଣ୍ଡବ

ପୁଡୁଚାରୀରୁ 120 କିଲୋମିଟର ଦୂରରେ 'ନିଭାର', ମଧ୍ୟରାତ୍ରିରେ ରଚିବ ତାଣ୍ଡବ

ବାତ୍ୟା ନିଭାରକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପାଣିପାଗ ମହାନିର୍ଦେଶକ ଡଃ. ମୃତ୍ୟୁଞ୍ଜୟ ମହାପାତ୍ର । ପାଣିପାଗ ନିର୍ଦେଶକଙ୍କ ସୂଚନା ଅନୁଯାୟୀ ନିଭାର ପୁଡୁଚେରୀରୁ 250 କିଲୋମିଟର ଦୂରରେ ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ବୁଧବାର ମଧ୍ୟରାତ୍ରିରେ କରାଇକଲ ଓ ମାମଲ୍ଲପୁରମ ନିକଟରେ ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ 120ରୁ 130 କିଲୋମିଟର ବେଗରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

14:57 November 25

ବୁଧବାର ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ ବାତ୍ୟା 'ନିଭାର', 30 NDRF ଟିମ ପ୍ରସ୍ତୁତ

ଭୟଙ୍କର ବାତ୍ୟାର ରୂପ ନେଇ ସମୁଦ୍ରକୂଳ ଆଡକୁ ମାଡିଆସୁଛି ବାତ୍ୟା 'ନିଭାର' । ବୁଧବାର ସଂଧ୍ୟା ପରେ କୌଣସି ବି ମୁହୂର୍ତ୍ତରେ ନିଭାର  ସ୍ଥଳଭାଗ ଛୁଇଁ ପାରେ ବୋଲି ଅନୁମାନ କରାଯାଉଛି । ଏହି ବାତ୍ୟାର ସବୁଠୁ ଅଧିକ ପ୍ରଭାବ ତାମିଲନାଡୁ ଓ ପୁଡୁଚେରୀରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆସଙ୍କା କରାଯାଇଛି ।  

ଏହି ସମୟରେ ସମୁଦ୍ରରେ 15 ଫୁଟ ଉଚ୍ଚ ଜୁଆର ଉଠିପାରେ ବୋଲି ମଙ୍ଗଳବାର କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।  

Last Updated : Nov 25, 2020, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.