ସମ୍ପ୍ରତି କୋରୋନା ଭୁତାଣୁ ଜନିତ ମହାମାରୀ ଆମର ଦୈନନ୍ଦିନ ଜୀବନୀ, କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଆମେ ଧୀରେ ଧୀରେ ଟିମ୍ ୱର୍କକୁ ରିମୋଟ ୱର୍କରେ ପରିଣତ କରି ସାରିଲୁଣି। ସେଥିଲାଗି ସାଇବର ସୁରକ୍ଷା ଏକ ଚିନ୍ତାର ବିଷୟ ହୋଇଛି।
ଏହି ପରିପ୍ରେକ୍ଷୀରେ ଆମେ ମାଇକ୍ରୋସଫ୍ଟ ଡିଜିଟାଲ୍ କ୍ରାଇମ୍ ଏସିଆ ୟୁନିଟ୍ ଆଞ୍ଚଳିକ ମୁଖ୍ୟ ସହକାରୀ ଜେନେରାଲ୍ କାଉନ୍ସିଲ୍ ମ୍ୟାରୀ ଜୋ ସ୍କ୍ରେଡ୍ଙ୍କୁ ଭେଟିଥିଲୁ। ଯେତେବେଳେ ବିଶ୍ଵ ଇଣ୍ଟରନେଟ୍କୁ ପ୍ରମୁଖ ଯୋଗାଯୋଗର ମାଧ୍ୟମ କରିଛି ସେତେବେଳେ ସେତେବେଳେ ଭର୍ଚୁଆଲ୍ ସିକ୍ୟୁରିଟିର ଗୁରୁତ୍ଵ ଅନୁଭବ କରୁଛି। ଏହି ସଙ୍କଟ ସମୟରେ ଆସନ୍ତୁ ଜାଣିବା ମ୍ୟାରୀ ଜୋ ସ୍କ୍ରେଡ୍ଙ୍କ ମତରେ ଆମେ କିପରି ସାଇବର ସୁରକ୍ଷା ରକ୍ଷା କରିପାରିବା?
ଏବେ କୌଣସି ବି ସ୍ଥାନରୁ କାମ ( ୱର୍କ ଫ୍ରମ୍ ଏନି ହୋୟାର) ବିଷୟ ବେଶ୍ ଲୋକ୍ରପ୍ରିୟ ହେବାରେ ଲାଗିଛି। ଏହାେ ତେ ନିରାପଦ ଓ ସୁରକ୍ଷିତ?
ଗଲା କିଛି ମାସ ହେଲା ଶିଳ୍ପାନୁଷ୍ଠାନ, ଅଫିସଗୁଡ଼ିକର କାମ କରିବା ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। କୌଣସି ବି ସ୍ଥାନରୁ କର୍ମଚାରୀମାନେ କାମ କରୁଛନ୍ତି। ଅର୍ଥାତ୍ ୱର୍କ ଫ୍ରମ୍ ହୋମ୍ ଡବ୍ଲୁଏଫ୍ଏଚ୍) ଏବେ କୌଣସି ବି ସ୍ଥାନକୁ ଅଫିସରେ ପରିଣତ କରାଇପାରିଛି। ଗୁରୁତ୍ଵପୂଣ୍ଣ ବୈଠକ ସବୁ ଅନ୍ଲାଇନ୍ରେ କରାଯାଉଛି। ଏହା ବାସ୍ତବରେ ଏକ ଅନୁପ୍ରେରଣାଦାୟୀ ପରିବର୍ତ୍ତନ କିନ୍ତୁ ମନ ଭିତରେ ଦ୍ଵନ୍ଦ୍ଵ ଓ ଆଶଙ୍କା ଯେ ଏହା କ’ଣ ନିରାପଦ? ଆମେ ଆଲୋଚନା କରୁଥିବା ବିଷୟ କ’ଣ ପୂର୍ବଭଳି ସୁରକ୍ଷିତ ହୋଇ ରହିପାରୁଛି ତ? ଏବେ ଆମେ ଯେତେସବୁ ଇମେଲ୍ ଓ ଏସ୍ଏମ୍ଏସ୍ ପାଉଛୁ ସେଥିରୁ ଅଧିକାଂଶ ହେଉଛି କୋଭିଡ୍୧୯ ସମ୍ପର୍କିତ। କାରଣ ଏ ବିଷୟରେ ଆମର ଯଥେଷ୍ଟ ଆଗ୍ରହ ରହିଛି। ଆମର ଉତ୍ସୁକତାକୁ ଆଖିରେ ରଖି ସାଇବର ଆଟାକର (ଆକ୍ରମଣକାରୀ)ମାନେ ମାୟା ଜାଲ ରଚନା କରିଛନ୍ତି। ସେମାନେ ଜାଣିଛନ୍ତି ଯେ, ଏହି ଭଳି ବାର୍ତ୍ତାକୁ ଆମେ କିଛି ଚିନ୍ତା କରିବା ପୂର୍ବରୁ କ୍ଲିକ୍ କରିଥାଉ। ଏଥିଲାଗି ଆମେ ଦ୍ଵିତୀୟ ଚିନ୍ତା ବି କରି ନଥାଉ। ମାଇକ୍ରୋସଫ୍ଟ ନିଜ ଗବେଷଣାରୁ ଜାଣିଛି ଯେ, ଏପରି ଆକ୍ରମଣ ସବୁ ଦେଶରେ ଏକ ସାଧାରଣ କଥା ହୋଇଗଲାଣି। ଏହିଭଳି ଇମେଲ୍ ଓ ଏସ୍ଏମ୍ଏସ୍ରେ ସେମାନେ ରାନ୍ସମ୍ଓ୍ବେର, ଫିସିଂ ଇମେଲ ଏବଂ ଅନ୍ୟ ମାଲ୍ଓ୍ବେର ପଠାଇଥାଆନ୍ତି। ଯଦି ଥରେ ବି ଆମେ ଏହିପରି ମେଲ୍କୁ କ୍ଲିକ୍ କରି ଖୋଲିଲୁ ତେବେ ଆକ୍ରମଣକାରୀମାନେ ଆମର ଇନ୍ବକ୍ସ ଭିତରକୁ ପ୍ରବେଶ କରନ୍ତି। ଏପରିକି ବ୍ୟାଙ୍କ୍ ପାସ୍ୱାର୍ଡ କୁ ମଧ୍ୟ ଆମ କମ୍ପ୍ୟୁଟରରୁ ସେମାନେ ଚୋରି କରି ନେଇ ଯାଆନ୍ତି।
ଭିଡିଓ ଓ ଅଡିଓ କନ୍ଫରେନ୍ସରେ ଯୋଗ ଦେବା ବେଳେ କେଉଁସବୁ ସତର୍କତା ଗ୍ରହଣ କରିବା ଦରକାର?
ଯେକୌଣସି ଅନ୍ଲାଇନ୍ ଆଲୋଚନା ବା ବୈଠକ ସମୟରେ ଯେଉଁମାନେ ଆୟୋଜକ ସେମାନଙ୍କ ପାଖରେ ପୂଣ୍ଣ ନିୟନ୍ତ୍ରଣ ରହିବା ଦରକାର। ସେମାନେ ନେିଷ୍ପତ୍ତି ନେବେ ଯେ କିଏ ଯୋଗ ଦେବେ ଏବଂ କିଏ ନ ଦେବେ। କିଏ ସେହି ମିଟିଂ ବାବଦ ସୂଚନା ପାଇବେ। କାରଣ ଏହା ନହେଲେ ମିଟିଂରେ ହେଉଥିବା ଆଲୋଚନା ତଥା ଏହାର ସୂଚନା ଅନ୍ୟ ଲୋକ ଚୋରି କରିନେବା ଆଶଙ୍କା ରହିଛି। ଯଦି ଆଲୋଚନାକୁ ରେକର୍ଡ଼ କରାଯାଉଛି ତେବେ ଏଥିରେ ଯୋଗ ଦେଉଥିବା ଲୋକେ ଏହା ଜାଣିବା ଦରକାର। ପୁଣି ଯେଉଁ ଫାଇଲ୍ ରେକର୍ଡ ହୋଇଛି ତାହାକୁ ଆବଶ୍ୟକ ଏନ୍କ୍ରିପ୍ସନ୍ ଦ୍ଵାରା ସୁରକ୍ଷିତ ଭାବେ ରଖାଯିବା ଆବଶ୍ୟକ। ପୁଣି ଏହି ଫାଇଲ୍ କେବଳ ଆୟୋଜକ, ଅଂଶଗ୍ରହଣକାରୀ ଓ ନିମନ୍ତ୍ରିତଙ୍କ ଲାଗି ଉପଲବ୍ଧ ହେବା ଆବଶ୍ୟକ।
ଯେତେବେଳେ ଆମେ ରିମୋଟ୍ରେ କାମ କରୁଛୁ, ଏବଂ ଅନେକ ଅନ୍ଲାଇନ୍ ଟୁଲ୍ ଏଥିଲାଗି ବ୍ୟବହାର କରୁଛୁ ସେତେବେଳେ ଆମର ବ୍ୟକ୍ତିଗତ ତଥା ପ୍ରଫେସନାଲ୍ ତଥ୍ୟ ଚୋରୀ ହେବା ଆଶଙ୍କା ରହିଛି କି?
ଅପରାଧୀ ସବୁବେଳେ ବାଟ ଖୋଜୁଥାଏ। ଯଦି ଆପଣ ଦୁର୍ବଳ ୟୁଜର ନେମ୍ ଓ ପାସ୍ୱାର୍ଡ଼ ଦେଉଛନ୍ତି ତାହା ହେଲେ ଜାଣନ୍ତୁ ଆପଣ ଏହି ଅପରାଧୀଙ୍କ ଶିକାର ହେବାକୁ ଯାଉଛନ୍ତି। ଏଣୁ ଆୟୋଜକମାନେ ଯେତେବେଳେ ଏହିପରି ଭର୍ଚୁଆଲ୍ ବା ରିମୋଟ୍ କାର୍ଯ୍ୟସ୍ଥଳ ସ୍ଥିର କରୁଛନ୍ତି ସେତେବେଳେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଆପଣାଇବା ଆବଶ୍ୟକ। ମଲ୍ଟିଫ୍ୟାକ୍ଟର ଅଥେଣ୍ଟିକେସନ୍ (ଏମ୍ଏଫ୍ଏ) ଏକ ସରଳ ପ୍ରକ୍ରିୟା। ଦୁଇ ଥାକିଆ ଯାଞ୍ଚ ପ୍ରକ୍ରିୟା ବ୍ୟାଙ୍କିଙ୍ଗ୍ କାରବାରରେ ବ୍ୟବହାର କରାଯାଉଛି। ଯେତେବେଳେ ଏହିପରି ଅନ୍ଲାଇନ୍ରେ କାମ କରିବାକୁ ପଡ଼ୁଛି ସେତେବେଳେ ଆଇଟି ଆଡ୍ମିନ୍ଙ୍କୁ ଏପରି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା (ଏମ୍ଏଫ୍ଏ) ଗ୍ରହଣ କରିବାକୁ ପଡ଼ିବ। ସେମାନେ ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡାର୍ଡ ଟେକ୍ନୋଲୋଜି ବ୍ୟବହାର କରିବା ଆବଶ୍ୟକ। ଟ୍ରାନ୍ସପୋର୍ଟ ଲେୟାର ସିକ୍ୟୁରିଟି ( ଟିଏଲ୍ଏସ୍) ଏବଂ ସିକ୍ରୋର ରିଅଲ୍ଟାଇମ୍ ଟ୍ରାଆନ୍ସପୋର୍ଟ ପ୍ରୋଟୋକଲ୍ (ଏସ୍ଆର୍ଟିପି) ଭଳି ଟେକ୍ନୋଲୋଜି ଏଥିଲାଗି ଉପାଦେୟ। ଏହାଦ୍ଵାରା ଯେଉଁ ମୋବାଇଲ୍ ବା କମ୍ପ୍ୟୁଟର ଆମେ ବ୍ୟବହାର କରୁଛୁ ସେଗୁଡ଼ିକ ଏବଂ କ୍ଲାଉଡ୍ ଭିତରେ ଡାଟା ସ୍ଥାନାନ୍ତର ଏନ୍କ୍ରିପଟ୍ ହୋଇପାରିବ।
ଆମେ କେଉଁ ପ୍ରକାର ଅନ୍ଲାଇନ୍ କୋଲାବରେସନ୍ ଟୁଲ୍ ବ୍ୟବହାର କରିବା?
ଯେତେବେଳେ ଆପଣ କୌଣସି ଅନ୍ଲାଇନ୍ କୋଲାବରେସନ୍ ଅର୍ଥାତ୍ ମିଟିଂ ବା କଥୋପକଥନ ଲାଗି ଟୁଲ୍ ବାଛୁଛନ୍ତି ସେତେବେଳେ ଏହା ମନେରଖନ୍ତୁ ଯେ, ଏମିତି ଟୁଲ୍ ବାଛିବା ଦରକାର ଯାହା ବ୍ୟବହାରକାରୀର ତଥ୍ୟ ଟ୍ରାକ୍ କରୁନାହିଁ। ପୁଣି ଯେତେବେଳେ ଆପଣ ସମ୍ପୃକ୍ତ ଟୁଲ୍ ଯୋଗାଣକାରୀଙ୍କୁ ଅନ୍ସବ୍ସ୍କ୍ରାଇବ୍ କରୁଛନ୍ତି ସେତେବେଳେ ମନେ ରଖନ୍ତୁ ଏଥିରେ ଥିବା ସମସ୍ତ ଡେଟା ଆପଣ ଡିଲିଟ୍ କରିବା ଆବଶ୍ୟକ। ପୁଣି ସେହି ଟୁଲ୍ ଦେଇଥିବା ସଂସ୍ଥା ଯେମିତି ସମ୍ପୃକ୍ତ ଡାଟାକୁ ପଠାଇବ ତାହା ନିଶ୍ଚିତ କରିବା ଦରକାର।
ଏଇ ଯେଉଁ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ କାମ କରିବା ବା ୱର୍କ ଫ୍ରମ୍ ଏନି ହୋୟାର୍ ବ୍ୟବସ୍ଥା କ’ଣ ଆଗକୁ ସ୍ଵଭାବିକ (ନ୍ୟୁ ନର୍ମାଲ୍) ହେବ?
ସାମ୍ପ୍ରତିକ ସ୍ଥିତିରେ ୱାର୍କ ଫ୍ରମ୍ ଏନି ହୋ୍ରାର୍ ( ଡବ୍ଲୁଏଫ୍ଏ) ବାଧ୍ୟତାମୂଳକ। ଏହି ଯେଉଁ ମହାମାରି ପରିସ୍ଥିତିରେ ଆମେ ଗତି କରୁଛୁ ତାହା ଶେଷ ହେଲାପରେ ମଧ୍ୟ କର୍ମ କ୍ଷେତ୍ରରେ କୋହଳ ବ୍ୟବସ୍ଥା ରହିବ। ନିର୍ଦ୍ଧାରିତ ଅଫିସ ଛଡ଼ା ଡବ୍ଲୁଏଫ୍ଏକୁ ବି କର୍ମଚାରୀ ପସନ୍ଦ କରିବେ। ଏଣୁ ସଂସ୍ଥାମାନେ ଏଥିଲାଗି ପ୍ରସ୍ତୁତ ରହିବା ଦରକା।ର ସେମାନେ ସାଇବର ସିକ୍ୟୁରିଟିକୁ ଧ୍ୟାନ ଦେବା ଆବଶ୍ୟକ। ଯଦି ରିମୋଟ୍ କାର୍ଯ୍ୟସ୍ଥଳ ଠିକଣା ଭାବେ ପରିଚାଳିତ ହୁଏ ତେବେ ପ୍ରଚଳିତ ବ୍ୟବସ୍ଥା ସ୍ଵଭାବିକ ହୋଇଯିବ।