ETV Bharat / bharat

ସନ୍ଧ୍ୟାରେ ପୁଣି ବସିବ CWC ବୈଠକ, ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରୁ ଓହରିଲେ ସୋନିଆ-ରାହୁଲ

author img

By

Published : Aug 10, 2019, 5:44 PM IST

ଶନିବାର ସକାଳେ କଂଗ୍ରେସ କାର୍ଯ୍ୟକାରଣୀ କମିଟି ବୈଠକରୁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଠି ଆସିଥିଲେ । ପରେ ପୁଣିଥରେ ସନ୍ଧ୍ୟାରେ 8.30ରେ ବୈଠକ ବସିବା ନେଇ ସୂଚନା ରହିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଚୟନ ନେଇ ଲାଗି ରହିଛି ସପପେନ୍ସ । ଶନିବାର ସକାଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରୁ ଉପା-ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଠି ଆସିଥିଲେ । ସୋନିଆ କହିଥିଲେ ଆମେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେବୁ ନାହିଁ । ପରେ ପୁଣିଥରେ ସଂଧ୍ୟା 8.30ରେ ବୈଠକ ବସିବା ନେଇ ସୂଚନା ରହିଛି ।

ତେବେ ସୋନିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଭୁଲ୍‌ କ୍ରମେ ମୋର ନାମ ଅଧ୍ୟକ୍ଷ ଚୟନ ତାଲିକାରେ ସାମିଲ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଯେଉଁ ବୈଠକ ବସିବ, ସେଥିରେ ରାହୁଲ କି ମୋର କୌଣସି ଭୂମିକା ଆବଶ୍ୟକ ନାହିଁ ।"

ସେହିପରି ରାହୁଲ କହିଛନ୍ତି, ମୋତେ ମୋ ନିର୍ବାଚନ ମଣ୍ଡଳୀ ୱାୟାନାଡକୁ ଦୁଇ ଦିନିଆ ଗସ୍ତରେ ଯିବାର ଅଛି । କେରଳ ବନ୍ୟା ପାଇଁ ମୋ ନିର୍ବାଚନ ମଣ୍ଡଳୀର ସ୍ଥିତି ସଙ୍ଗୀନ ।"

ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ମେ ମାସରେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ CWC ଏପର୍ଯ୍ୟନ୍ତ ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କରିନାହିଁ ।

ତେବେ ବୈଠକ ଭାଙ୍ଗି ଯିବା ପରେ କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଯ୍ୟୱାଲା କହିଛନ୍ତି, " ସନ୍ଧ୍ୟାରେ ପୁଣିଥରେ ବୈଠକ ବସିବା ନେଇ ସ୍ଥିର ହୋଇଛି । ବୈଠକରେ ରହୁଲଙ୍କ ଇସ୍ତଫା ଉପରେ ଆଲୋଚନା କରାଯିବ । ଏଥିସହିତ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାକୁ ସମାଧାନ କରାଯିବ ବୋଲି ମୋର ଆଶା ।"

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.