ETV Bharat / bharat

ଆଇଜିଆଇ ଏୟାରପୋର୍ଟରୁ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ

author img

By

Published : Nov 11, 2019, 4:47 PM IST

ନ୍ୟୁଜିଲାଣ୍ଡର ଅକଲାଣ୍ଡରୁ, ବ୍ୟାଙ୍କକ ହୋଇ ଦିଲ୍ଲୀ ଆସୁଥିବା ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତଃର୍ଜାତୀୟ(ଆଇଜିଆଇ)ବିମାନବନ୍ଦରରୁ ଜଣେ ସୁନା ତସ୍କରଙ୍କୁ ଗିରଫ କରାଯିବା ସହ, ତାଙ୍କ ପାଖରୁ ପ୍ରାୟ 26 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟରୁ ଅଳଙ୍କାର ଜବତ ହୋଇଛି । ସୋମବାର ଆଇଜିଆଇ ଏୟାରପୋର୍ଟର 3ନଂ ଟର୍ମିନାଲରୁ କଷ୍ଟମ ବିଭାଗ ସୁନା ତସ୍କରୀ କରୁଥିବା ଅଭିଯୋଗରେ ଜଣେ ଭାରତୀୟ ଯାତ୍ରୀଙ୍କୁ ଧରିଥିଲା। ଯିଏକି ନ୍ୟୁଜିଲାଣ୍ଡର ଅକଲାଣ୍ଡରୁ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ହୋଇ ଦିଲ୍ଲୀ ଆସୁଥିଲେ । ଜବତ ହୋଇଥିବା ସୁନାର ପରିମାଣ ହେଉଛି 627 ଗ୍ରାମ ।

ଏହା ଉପରେ ପ୍ରତିକ୍ରିୟା ରଖି କଷ୍ଟମ ବିଭାଗର ଡେପୁଟି କମିଶନର କହିଛନ୍ତି ଯେ, ସୁନା ତସ୍କର କରୁଥିବା ବ୍ୟକ୍ତି ଜଣକ ଭାରତୀୟ। ସେ ଅକଲାଣ୍ଡରୁ, ବ୍ୟାଙ୍କକ ହୋଇ ଦିଲ୍ଲୀ ଆସିଥିଲେ । ତାଙ୍କର ସନ୍ଦିଗ୍ଧ ଗତିବିଧିକୁ ଲକ୍ଷ୍ୟ କରି ତାଙ୍କୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ତାଙ୍କଠୁ ପ୍ରାୟ 627 ଗ୍ରାମର ସୁନା ମିଳିଥିଲା। ଯାହାର ମୂଲ୍ୟ ପ୍ରାୟ 26 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଜବତ ସୁନା ମଧ୍ୟରେ ବିଭିନ୍ନ ଅଳଙ୍କାର ମାନ ରହିଛି । ସେଥିରେ ଏକ ସୁନା ଚେନ, 3ଟି ମୁଦି, ଗୋଟିଏ ବ୍ରେସଲେଟ ଓ ଅନ୍ୟ ଏକ ମୋଟା ଚୁଡି ଆଦି ରହିଛି। କଷ୍ଟମ ଆକ୍ଟ ସେକ୍ସନ 104 ଅନୁସାରେ ତାଙ୍କୁ ଗିରଫ କରାଯାଇଛି। ସେକ୍ସନ 110 ଅନୁସାରେ ଚୋରାଚାଲାଣ ହେଉଥିବା ସୁନାକୁ ଜବତ କରାଯାଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.