ETV Bharat / bharat

ମୁଖ୍ୟ ଚିକିତ୍ସାଳୟରୁ ବିଜୁଳି ଗାଏବ, ଟର୍ଚ୍ଚରେ ଚାଲିଛି ଚିକିତ୍ସା - ମୁଖ୍ୟ ଚିକିତ୍ସାଳୟ

ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟସେବାର ଦୟନୀୟ ଚିତ୍ର । ବଲିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ 2 ଦିନ ହେବ ନାହିଁ ବିଜୁଳି । କରେଣ୍ଟ ସେବା ଠପ ହେବା କାରଣରୁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବଲିଆ
author img

By

Published : Jun 29, 2019, 9:17 PM IST

ବଲିଆ: ସମସ୍ତ ଡ଼ାକ୍ତରଖାନାକୁ 24 ଘଣ୍ଟିଆ ବିଜୁଳି ଯୋଗାଇଦେବାକୁ ଘୋଷଣା କରିଛନ୍ତି ଯୋଗୀ ସରକାର । କିନ୍ତୁ ବଲିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ସମ୍ପୂର୍ଣ୍ଣ ବିପରୀତ ବ୍ଯବସ୍ଥା । ଦୁଇ ଦିନ ହେବ ବିପର୍ଯ୍ୟସ୍ତ ହୋଇପଡ଼ିଛି କରେଣ୍ଟ ସେବା । ରୋଗୀଙ୍କ ପାଇଁ ପଙ୍ଖା ତ ଲାଗିଛି କିନ୍ତୁ ବିଜୁଳିର ବିକଳ୍ପ ସାଜିଥିବା ଜେନେରେଟର ବି ଏଠାରେ ଅଚଳ । ଆଉ ଏପଟେ ପ୍ରବଳ ଗରମ ହେଉଥିବାରୁ ହାତରେ ବିଞ୍ଚଣା ଧରି ରୋଗୀଙ୍କୁ ବିଞ୍ଚିବାରେ ଲାଗିଛନ୍ତି ସମ୍ପର୍କୀୟ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବଲିଆ

କରେଣ୍ଟ ସପ୍ଲାଇ ଠପ୍ ହୋଇଯାଇଥିବାରୁ ଦିନରେ ତ କାମ ଚଳିଯାଉଛି କିନ୍ତୁ ରାତିରେ ଭୟାନକ ହୋଇପଡ଼ୁଛି ରୋଗୀଙ୍କ ଅବସ୍ଥା । ଜରୁରୀକାଳୀନ ବିଭାଗରେ ମୋବାଇଲ ଟର୍ଚ୍ଚରେ ଚାଲୁଛି ଚିକିତ୍ସା । ଯାହା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି ବୋଲି କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ଆଉ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଖାମଖିଆଲି ଭାବେ ମନ୍ତବ୍ୟ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଡ଼ାକ୍ତରଖାନାରେ ବିଜୁଳିର ସେପରି କିଛି ଅସୁବିଧା ନାହିଁ, କେବୁଲରେ କିଛି ସମସ୍ଯା ପାଇଁ ଏପରି ଘଟିଥାଇପାରେ । ତେଣୁ ତୁରନ୍ତ ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି ।

ରୋଗୀଙ୍କ ଜୀବନ ସହ ଜଡ଼ିତ ଥିବା ଚିକିତ୍ସାକେନ୍ଦ୍ରରେ କେବେ ସୁଧୁରୁଛି ବିଜୁଳି ବ୍ଯବସ୍ଥା ଏବଂ କଣ ରହୁଛି ପ୍ରଶାସନର ପଦକ୍ଷେପ ତାହା କେବଳ ଦେଖିବାକୁ ବାକି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଲୋକ ସେଠୀ ଭାଜପା ବିଧାନସଭା ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବରୁ  ଏହି ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ଭାଗୀରଥି ସେଠୀଙ୍କ ନାମ ଘୋଷଣା କରାଯାଇଥିଲା। ତେବେ ଭାଗୀରଥି ମତ ପରିବର୍ତ୍ତନ କରି ବିଜେଡିରେ ଯୋଗଦାନ କରିବା ଏବଂ ଦଳୀୟ ଟିକେଟ ପାଇବା ପରେ ଭାଜପା ପ୍ରାର୍ଥିତ୍ୱ  ଖାଲି ପଡ଼ିଥିଲା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ପୂର୍ବତନ ବିଧାୟକ ପ୍ରାର୍ଥୀ ଆଲୋକଙ୍କ ଉପରେ ପୂନର୍ବାର ଭରଷା କରି ୨୦୧୯ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ  ଭାବେ ଘୋଷଣା କରାଯାଇଛି। ଏହିକ୍ରମରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସର ଜୟଦେବ ଜେନା,  ଭିଜେଡିର ଭାଗୀରଥି ସେଠୀ ଓ ଭାଜପାର ଆଲୋକ ସେଠୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି  ଜଣାପଡ଼ୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.