ETV Bharat / bharat

ଅର୍ଦ୍ଧ ସାମରିକ ବାହିନୀରେ ପ୍ରଥମ କୋରୋନା ମୃତ୍ୟୁ, ଅମିତ ଶାହାଙ୍କ ଶୋକ ପ୍ରକାଶ - ସାମରିକ ବାହିନୀରେ ପ୍ରଥମ କୋରୋନା ମୃତ୍ୟୁ

ରାଜଧାନୀ ଦିଲ୍ଲୀରେ ଜଣେ 55 ବର୍ଷୀୟ ସିଆରପିଏଫ୍ ସବଇନ୍ସପେକ୍ଟରଙ୍କ କୋରୋନା ଭାଇରସରେ ମୃତ୍ୟୁ ହୋଇଛି । ସେ ପ୍ରାୟ ସପ୍ତାହେ ଧରି ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

CRPF
ସାମରିକ ବାହିନୀରେ ପ୍ରଥମ କୋରୋନା ମୃତ୍ୟୁ
author img

By

Published : Apr 29, 2020, 8:56 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ 55 ବର୍ଷୀୟ ସିଆରପିଏଫ୍ ସବଇନ୍ସପେକ୍ଟରଙ୍କ କୋରୋନା ଭାଇରସରେ ମୃତ୍ୟୁ ହୋଇଛି । ସେ ପ୍ରାୟ ସପ୍ତାହେ ଧରି ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, କୋରୋନାରେ ସାମରିକ ବାହିନୀର ଏହା ପ୍ରଥମ ମୃତ୍ୟୁ।

ସବଇନ୍ସପେକ୍ଟରଙ୍କ ମୃତ୍ୟୁକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି,‘ ସିଆରପିଏଫର ସାହସୀ ସବଇନ୍ସପେକ୍ଟର ମହମ୍ମଦ ଇକ୍ରାମ ହୁସେନ୍‌ଙ୍କ କୋରୋନା ସଂକ୍ରମଣରେ ମୃତ୍ୟୁ ଖବରରେ ମୁଁ ଦୁଃଖିତ। ସେ କୋରୋନା ମହାମାରୀ ସହ ଶେଷ ପର୍ଯ୍ୟନ୍ତ ବୀରତ୍ବର ସହ ଲଢିଥିଲେ ’।

ସୂଚନାନୁଯାୟୀ, ସବଇନ୍ସପେକ୍ଟର ମହମ୍ମଦ ଇକ୍ରାମ ହୁସେନ୍ ରାଜଧାନୀ ଦିଲ୍ଲୀ ବାସିନ୍ଦା । ଗତ ସପ୍ତାହରେ କୋଭିଡ -19 ପଜିଟିଭ ନର୍ସିଂ ଆସିଷ୍ଟାଣ୍ଟଙ୍କ ସହ ସମ୍ପର୍କରେ ଆସିଥିଲେ। ଏହାପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ମିଳିବା ପରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ମଙ୍ଗଳବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରକାଶଥାଉକି, ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ ବା CRPF ରେ କୋଭିଡ -19 ପଜିଟିଭର 12 ଟି ନୂଆ ମାମଲା ମଙ୍ଗଳବାର ସାମ୍ନାକୁ ଆସିଛି। ମୋଟ CRPF ରେ ଏପର୍ଯ୍ୟନ୍ତ 46 ଟି ମାମଲା ରୁଜୁ ହେଲାଣି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁରକ୍ଷା ଦେଉଥିବା CRPF ରେ ପ୍ରାୟ ତିନି ଲକ୍ଷ ସୈନିକ ଅଛନ୍ତି ଯେଉଁମାନେ କାଶ୍ମୀରରେ ଆତଙ୍କବାଦଠାରୁ ନକ୍ସଲବାଦ ଏବଂ ଆଇନ ଶୃଙ୍ଖଳା ପର୍ଯ୍ୟନ୍ତ ନିୟୋଜିତ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.