ETV Bharat / bharat

ପ୍ରଥମ ଥର ଲାଲଗଡରେ ଉଡିଲା ତ୍ରିରଙ୍ଗା - ଛତିଶଗଡ

ଛତିଶଗଡର ମାଓପ୍ରବଣ ଜିଲ୍ଲା ସୁକମାର କଶଲପଦ ଗାଁ ଚାଖିଲା ପ୍ରଥମ ସ୍ବାଧୀନତାର ସ୍ବାଦ । ପ୍ରଥମ ଥର ପାଇଁ ପାଳନ ହେଲା ସ୍ବାଧୀନତା ଦିବସ । ସିଆରପିଏଫ ଓ କୋବ୍ରା ବାଟାଲିଆନର ଯବାନ ମାନେ କଲେ ପାଳନ ।

ଫଟୋ ସୌଜନ୍ୟ:ଟ୍ବିଟର@ANI
author img

By

Published : Aug 15, 2019, 11:24 PM IST

ରାୟପୁର: ଆଜି ସାରା ଦେଶ ପାଳୁଛି ସ୍ବାଧୀନତା ଦିବସ । ଆନନ୍ଦ ଉଲ୍ଲାସର ସହ ସଭିଏଁ ଏକାଠି ହୋଇ ପାଳୁଛନ୍ତି ଏହି ମହାପର୍ବ । ତେବେ ଏହି ଉତ୍ସବରୁ 73 ବର୍ଷ ହେବ ବଞ୍ଚିତ ଥିଲେ ଛତିଶଗଡ ସୁକମାର କଶଲପଦ ଗାଁ । ସୁକମାର ନକ୍ସଲ ପ୍ରଭାବିତ ଏହି ଗାଁରେ କେବେ ଉଡିନଥିଲା ତ୍ରିରଙ୍ଗା, କେବେ କେହି ବି ପାଳିନଥିଲେ ସ୍ବାଧୀନତା ଦିବସ ।

ତେବେ ଆଜି ଏଠାରେ ସିଆରପିଏଫ ଯବାନ ମାନେ ଗାଁ ଲୋକଙ୍କ ସହ ଏକାଠି ହୋଇ ପାଳିଛନ୍ତି ସ୍ବାଧୀନତା ଦିବସ । ଏହି ପତାକା ଉତ୍ତୋଳନ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର କୁନି କୁନି ପିଲାଙ୍କ ଭିଡ ଜମିଥିଲା । ବୁଧବାର ଚିନ୍ତାଗୁମ୍ଫା ଅଞ୍ଚଳରେ ଅପରେସନରେ ଯାଇଥିଲେ କୋବ୍ରା 206 ଓ ସିଆରପିଏଫ 150ର ଯବାନମାନେ ।

ସେହି ସମସୟରେ ହୋଇଥିଲା ଏକ ବିସ୍ଫୋରଣ ହେଲେ ସେଥିରେ କେହି ମୃତାହତ ହୋଇନଥିଲେ । ତେଣୁ ସମସ୍ତ ଯବାନ ଏଠାରେ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ସ୍ଥିର କରିଥିଲେ । ଆଉ ଧୁମଧାମରେ ପାଳିଥିଲେ ସ୍ବାଧୀନତା ଦିବସ । ଏହି ଗାଁରେ 1 ଡିସେମ୍ବର 2014ରେ ନକ୍ସଲ ଆକ୍ରମଣରେ 14 ସିଆରପିଏଫ ଯବାନ ଶହୀଦ ହୋଇଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.