ETV Bharat / bharat

ୟୁପିରେ ମହିଳାଙ୍କୁ ସର୍ବାଧିକ ଅତ୍ୟାଚାର, ଦୁଷ୍କର୍ମରେ ଆଗରେ ରାଜସ୍ଥାନ

author img

By

Published : Oct 3, 2020, 5:06 PM IST

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ବାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, 2019 ରେ ଭାରତରେ ପ୍ରତିଦିନ 95 ଟି ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି।

ୟୁପିରେ ମହିଳାଙ୍କ ଉପରେ ସର୍ବାଧିକ ଅତ୍ୟାଚାର
ୟୁପିରେ ମହିଳାଙ୍କ ଉପରେ ସର୍ବାଧିକ ଅତ୍ୟାଚାର

ହାଇଦ୍ରାବାଦ: କନ୍ୟା ଦିବସର ଦୁଇ ଦିନ ପରେ ଭାରତରେ ଆଉ ଜଣେ ଯୁବତୀଙ୍କ ଜୀବନ ଅତି ନିର୍ମମ ଭାବରେ ନିଆଯାଇଛି। 19 ବର୍ଷ ବୟସ୍କା ଯୁବତୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । 15 ଦିନ ପୂର୍ବରୁ ଉତ୍ତରପ୍ରଦେଶର ହାଥରସରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଉତ୍ତରପ୍ରଦେଶର ସେ ତୃତୀୟ ଦଳିତ ଯୁବତୀ ଯିଏ 2 ମାସ ମଧ୍ୟରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ବାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, 2019 ରେ ଭାରତରେ ପ୍ରତିଦିନ 95 ଟି ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି। 2019ରେ ହୋଇଥିବା 32,033 ଟି ଦୁଷ୍କର୍ମ ମାମଲା ମଧ୍ୟରୁ 11 ପ୍ରତିଶତ ଦଳିତ ସମ୍ପ୍ରଦାୟର ।

  • 2018-19 ରୁ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ 7.3 ପ୍ରତିଶତ ବୃଦ୍ଧି ପାଇଛି ।
  • ଆସାମରେ ମହିଳାଙ୍କ ପ୍ରତି ସର୍ବାଧିକ ଅପରାଧ ହାର ଏକ ଲକ୍ଷ ଜନସଂଖ୍ୟାରେ 117.8 ରହିଛି ।
  • ଉତ୍ତରପ୍ରଦେଶରେ ସର୍ବାଧିକ ମହିଳାଙ୍କୁ ଅତ୍ୟାଚାର ହୋଇଛି ।
  • 5,997 ମାମଲା ସହିତ ରାଜସ୍ଥାନ ସର୍ବାଧିକ ଦୁଷ୍କର୍ମ ରିପୋର୍ଟ କରାଯାଇଛି ।

ପ୍ରତିଦିନ 10 ଜଣ ଦଳିତ ମହିଳା ଦୁଷ୍କର୍ମର ଶିକାର ହୁଅନ୍ତି । ଏହି କ୍ଷେତ୍ରରେ ଆଗରେ ରାଜସ୍ଥାନ ଓ ପରେ ଉତ୍ତରପ୍ରଦେଶ ରହିଛି । ରାଜସ୍ଥାନରେ 2019ରେ 554 ମହିଳା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଉତ୍ତରପ୍ରଦେଶରେ 537 ପରେ ମଧ୍ୟପ୍ରଦେଶରେ 510 ।

ଦଳିତ ମହିଳାମାନେ ମୁଖ୍ୟତଃ ଜାତିକୁ ନେଇ ଅଧିକ ଅସୁରକ୍ଷିତ ରହିଥାନ୍ତି । ଦୁଷ୍କର୍ମ ହୋଇଥିବା ନେଇ ମଧ୍ୟ ସେମାନେ ପ୍ରକାଶ କରନ୍ତି ନାହିଁ । ତେଣୁ ଅଧିକାଂଶ ମାମଲା ଲୋକଲୋଚନକୁ ଆସିପାରି ନଥାଏ। ଦଳିତ କାରଣରୁ ପୋଲିସ ଏହି ମାମଲାକୁ ନେଇ ସମ୍ବେଦନଶୀଳ ହୋଇନଥାଏ ବୋଲି ପରୀ ଫାଉଣ୍ଡେସନ କହିଛି ।

ଏନସିଆରବି ରିପୋର୍ଟ ଅନୁଯାୟୀ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜସ୍ଥାନରେ 5,997 ମାମଲାରେ ସର୍ବାଧିକ ଦୁଷ୍କର୍ମ । ଏହାପରେ ଉତ୍ତରପ୍ରଦେଶ (3,065) ଏବଂ ମଧ୍ୟପ୍ରଦେଶ (2,485) ରହିଛି। ଦୁଷ୍କର୍ମ ମାମଲାରେ ରାଜସ୍ଥାନ ସର୍ବାଧିକ 15.9 (ପ୍ରତି ଲକ୍ଷ ଜନସଂଖ୍ୟା) ରେ ରହିଛି । ଏହାପରେ କେରଳ (11.1) ଏବଂ ହରିୟାଣା (10.9) ରହିଛି ।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁଯାୟୀ ଗତ 10 ବର୍ଷ ମଧ୍ୟରେ ନାବାଳିକା କିମ୍ବା ମହିଳାଙ୍କ ସହ ଦୁଷ୍କର୍ମ 44 ପ୍ରତିଶତକୁ ବୃଦ୍ଧି ପାଇଛି। NCRB ତଥ୍ୟ ଅନୁଯାୟୀ, 2010-2019 ମଧ୍ୟରେ ସମଗ୍ର ଭାରତରେ ସମୁଦାୟ 3,13,289 ମାମଲା ରିପୋର୍ଟ ହୋଇଛି। ମହିଳାଙ୍କ ପ୍ରତି ଯୌନ ଅପରାଧ ବଢିବାରେ ଲାଗିଛି । 2012 ରେ ନିର୍ଭୟାଙ୍କ ଉପରେ ହୋଇଥିବା ନିର୍ମମ ଗଣଦୁଷ୍କର୍ମ ଅନ୍ୟମାନଙ୍କ ଭାବନାକୁ ଦୋହଲାଇଦେଇଛି ।

2019 ରେ ଦେଶରେ 32000 ରୁ ଅଧିକ ଦୁଷ୍କର୍ମ ହୋଇଥିଲା । ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଦଳିତଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି। ନିର୍ଭୟା ମାମଲାର ସାତ ବର୍ଷ ମଧ୍ୟରେ (2013-2019) ପ୍ରାୟ 2.42 ଲକ୍ଷ ଦୁଷ୍କର୍ମ ହୋଇଥିଲା । ପ୍ରତି 4 ଘଣ୍ଟାରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଅଧିକାଂଶ ମାମଲା ସ୍ବାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ବାରା ଘଟିଥାଏ । ଏନସିଆରବି ରିପୋର୍ଟରେ କୁହାଯାଇଛି ଯେ ମହିଳାଙ୍କ ସହ ହୋଇଥିବା ଅପରାଧ ହାର 2019 ରେ 62.4 ଅଟେ । 2018 ରେ 58.8 ପ୍ରତିଶତ ରହିଥିଲା। ୟୁପିରେ POCSO ଅଧିନିୟମ ଅନୁଯାୟୀ 7,444 ମାମଲାରେ ନାବାଳିକାଙ୍କ ଉପରେ ସର୍ବାଧିକ ଅପରାଧ ହୋଇଥିଲା । ଏହାପରେ ମହାରାଷ୍ଟ୍ର (6,402) ଏବଂ ମଧ୍ୟପ୍ରଦେଶ(6,053) ରହିଛି।

ୟୁପିରେ ସର୍ବାଧିକ ସଂଖ୍ୟକ ଯୌତୁକ ନିର୍ଯ୍ୟାତନା ମାମଲା (2,410) ରହିଛି । ରିପୋର୍ଟ ଅନୁଯାୟୀ, 2019 ରେ 150 ଏସିଡ୍ ଆକ୍ରମଣ ହୋଇଥିବା ରିପୋର୍ଟ କରାଯାଇଥିଲା । ସେଥିମଧ୍ୟରୁ 42 ଟି ୟୁପିରେ ଏବଂ 36 ଟି ପଶ୍ଚିମବଙ୍ଗରେ ହୋଇଥିଲା।

ଏନସିଆରବି ତଥ୍ୟରେ ମଧ୍ୟ ଶିଶୁଙ୍କ ସହ ହୋଇଥିବା ଅପରାଧ ମାମଲାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାର ଦେଖାଯାଇଛି । 2018 ତୁଳନାରେ 2019 ରେ 4.5 ପ୍ରତିଶତ ବୃଦ୍ଧି ଘଟିଛି। 2019 ରେ ମୋଟ 1.48 ଲକ୍ଷ ଅପରାଧ ମାମଲା ପଞ୍ଜିକୃତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.