ETV Bharat / bharat

ଦାନିଶ କାନେରିଆଙ୍କ ବିବାଦ: ପାକିସ୍ତାନକୁ ଗମ୍ଭୀରଙ୍କ କଡା ସମାଲୋଚନା

author img

By

Published : Dec 28, 2019, 1:49 PM IST

ଲୋକପ୍ରିୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପାକିସ୍ତାନୀ ଲେଗସ୍ପିନର ଦାନିଶ କାନେରିଆ ସହିତ ହୋଇଥିବା ଧର୍ମୀୟ ଭେଦଭାବ ବିଷୟରେ ମୁହିଁ ଖୋଲିଛନ୍ତି । ଅଧିକ ପଢନ୍ତୁ...

cricket-goutam-gambhir-talk-on-danish-kaneria-matter
ଗୌତମ ଗମ୍ଭୀର(ଫାଇଲ ଫଟୋ)

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି ଦାନିସ କାନେରିଆ ପ୍ରସଙ୍ଗ । ଧର୍ମୀୟ ଭେଦଭାବର ଶିକାର ଅଭିଯୋଗ ଆସିବା ପରେ ସାରା ବିଶ୍ବରେ ଏହା ଚର୍ଚ୍ଚା ସୃଷ୍ଟି କରିଛି । ଏବେ ଏହି ପ୍ରସଙ୍ଗରେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । କାନେରିଆଙ୍କ ସହିତ ହୋଇଥିବା ଧର୍ମୀୟ ଭେଦଭାବ ପ୍ରସଙ୍ଗରେ ସେ ମୁହଁ ଖୋଲିଛନ୍ତି ।

ଦାନିଶ କାନେରିଆଙ୍କ ବିବାଦରେ ପାକିସ୍ତାନକୁ ଗମ୍ଭୀରଙ୍କ କଡା ସମାଲୋଚନା

ଗମ୍ଭୀର କହିଛନ୍ତି, "ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଥିବା ମହମ୍ମଦ ଆଝାରୁଦ୍ଦିନ ଭାରତୀୟ ଦଳରେ ଲମ୍ବା ସମୟ ପର୍ଯ୍ୟନ୍ତ ଅଧିନାୟକ ଥିଲେ । କିନ୍ତୁ ପାକିସ୍ତାନରେ ଏହା ଓଲଟା ହୋଇଛି । ପ୍ରଧାନମନ୍ତ୍ରୀ ଜଣେ ପୂର୍ବତନ କ୍ରିକେଟର ହୋଇଥିଲେ ମଧ୍ୟ ତାଙ୍କ ଦେଶରେ କ୍ରିକେଟରଙ୍କ ପ୍ରତି ଏଭଳି ବ୍ୟବହାର କରାଯାଉଛି। ଯାହାକି ଅତି ନିନ୍ଦନୀୟ ।"

ସୂଚନାଯୋଗ୍ୟ ଯେ ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତର ଦାନିଶ କାନେରିଆଙ୍କ ସହ ହେଉଥିବା ପାତର ଅନ୍ତର ନେଇ ମୁହଁ ଖୋଲିଥିଲେ । ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ ପାକିସ୍ତାନ ଦଳରେ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଏମିତି କିଛି ପାକିସ୍ତାନୀ ଖେଳାଳି ଦାନିଶଙ୍କ ଧର୍ମ କାରଣରୁ ତାଙ୍କ ସହ ଖାଇବାକୁ ମନା କରୁଥିଲେ ବୋଲି ଅଖତର ପ୍ରକାଶ କରିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.