ନୂଆଦିଲ୍ଲୀ: ରାଜଧାନୀରେ ଥିବା ସମସ୍ତ ଜେଲରେ ଅନେକ ଅନ୍ତେବାସୀ ଏବଂ କର୍ମଚାରୀଙ୍କର COVID-19 ଟେଷ୍ଟ ପଜିଟିଭ୍ ଆସିବା ପରେ ଆକସନ ମୁଡରେ ଦିଲ୍ଲୀ ହାଇକୋର୍ଟ । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟରେ ଜଣେ ବିଚାରପତିଙ୍କ ନେତୃତ୍ବରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଚାରପତି କଏଦୀଙ୍କ ଲାଗି ଆଇସୋଲେସନ ୱାର୍ଡ ଗଠନ କରିବା ଏବଂ ଶୀଘ୍ର କୋରୋନା ପରୀକ୍ଷଣ କରିବା ଭଳି ଅନେକ ନିର୍ଦ୍ଦେଶ ଜାରି କରିଛନ୍ତି ।
ଜଣେ 62 ବର୍ଷୀୟା କଏଦୀ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା । କଏଦୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଜଷ୍ଟିସ୍ ହିମା କୋହଲିଙ୍କ ନେତୃତ୍ବରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି (ଏଚପିସି) ଗଠନ କରାଗଲା । ତେବେ ଏହି ଉଚ୍ଚସ୍ତରୀୟ କମିଟି ଦ୍ବାରା 55 ବର୍ଷରୁ ଅଧିକ ଅନ୍ତେବାସୀଙ୍କ ଉପରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କମିଟି ଆହୁରି ମଧ୍ୟ କହିଛି ଯେ 18 ରୁ 21 ବର୍ଷ ବୟସର ନୂତନ କଏଦୀମାନଙ୍କୁ ଅଲଗା ଅଲଗା ୱାର୍ଡରେ ରଖାଯିବ । ଦିଲ୍ଲୀ ସରକାରଙ୍କ ଡିଜି ଜେଲ ଏବଂ ସ୍ବତନ୍ତ୍ର ସଚିବ (ଗୃହ) କୁ ମାଣ୍ଡୋଲି ଜେଲ ନିକଟରେ ଥିବା 360 ଟି ଖାଲି ଥିବା ପୋଲିସ କ୍ବାର୍ଟର୍ସକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂତନ କଏଦୀ ଏବଂ COVID-19 ପଜିଟିଭ ମାମଲା ପାଇଁ ଏକ ଅସ୍ଥାୟୀ ଜେଲକୁ ଆଇସୋଲେସନ ୱାର୍ଡ ନିର୍ମାଣ କରିବାକୁ କହିଛନ୍ତି |
ସେହିପରି ଅନ୍ତେବାସୀଙ୍କ ମଧ୍ୟରେ ନୂତନ କଏଦୀଙ୍କଠାରୁ ଭାଇରସ ନବ୍ୟାପିବା ପାଇଁ ଏଚପିସି ମତ ରଖିଥିଲା ଯେ ପ୍ରତ୍ୟେକ ନୂତନ କଏଦୀଙ୍କୁ ଶୀଘ୍ର କୋଭିଡ ପରୀକ୍ଷା କରାଯିବା ଆବଶ୍ୟକ । ଏହି କମିଟି ଜୁନ୍ 20 ରେ ଅନୁଷ୍ଠିତ ବୈଠକରେ ଆହୁରି ନିଷ୍ପତ୍ତି ନେଇଛି ଯେ ସମସ୍ତ ଜେଲର ଡାକ୍ତରଖାନାଗୁଡ଼ିକରେ ‘ଅମ୍ଳଜାନ କନସେନଟ୍ରେସନ ମେସିନ୍' ରହିବା ଆବଶ୍ୟକ ଏବଂ ଦୁଇଟି ଜେଲର ଡାକ୍ତରଖାନା ପାଇଁ ଏହିପରି ଦୁଇଟି ମେସିନ୍ ଶୀଘ୍ର କିଣିବା ଉଚିଚ।
କଏଦୀଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ସମସ୍ତ ଜେଲଗୁଡିକୁ ବନ୍ଦ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ଏଠାରେ କୋରୋନାର ପ୍ରଭାବ ପଡିଛି ।
@PTI