କୋଲକାତା: ଲୋକସଭା ନିର୍ବାଚନର ପ୍ରଚାର ସହ ନେତାଙ୍କ ବିବାଦୀୟ ବୟାନ ମଧ୍ୟ ଜୋର ଧରିଛି । ପ୍ରତିଦିନ କୌଣସି ନା କୌଣସି ନେତା ନିଜ ବିବାଦୀୟ ମନ୍ତବ୍ୟ ଯୋଗୁଁ ଆଲୋଚନାର ବିଷୟ ପାଲଟୁଛନ୍ତି । ଏହି କ୍ରମରେ ସିପିଆଇ(ଏମ)ର ମହା ସଚିବ ସୀତାରାମ ୟେଚୁରୀ ମୋଦି ଏବଂ ଅମିତ ଶାହାଙ୍କୁ କଟାକ୍ଷ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ତୂଳନା ଦୁର୍ଯ୍ୟୋଧନ ଏବଂ ଦୁଶାସନଙ୍କ ସହ କରିଛନ୍ତି ।
ହାୱଡାରେ ଏକ ଜନସଭାକୁ ସମ୍ବୋଧିତ କରି ସୀତାରାମ କହିଛନ୍ତି, 100 କୌରବଙ୍କ ମଧ୍ୟରେ ଚର୍ଚ୍ଚାରେ ଥିଲେ କେବଳ ଦୁର୍ଯ୍ୟୋଧନ ଏବଂ ଦୁଶାସନ । ସେହିଭଳି ଦୁନିଆର ସବୁଠୁ ବଡ ଦଳ ବିଜେପିରେ ମଧ୍ୟ କେବଳ 2 ଜଣ ଚର୍ଚ୍ଚାରେ ରୁହନ୍ତି । ମୋଦି ଏବଂ ଅମିତ ଶାହା । ମହାଭାରତରେ କୌରବଙ୍କ ଦଶା ଯାହା ହୋଇଥିଲା ଚଳିତ ରାଜନୈତିକ ମହାଭାରତରେ ଏମାନଙ୍କ ଦଶା ଠିକ୍ ସେହିଭଳି ହେବ ବୋଲି କହିଛନ୍ତି ସୀତାରାମ ।