ETV Bharat / bharat

'ଟ୍ରମ୍ପଙ୍କ ପାଇଁ ଭାରତରେ ବ୍ୟାପିଛି କୋରୋନା' - sanjay raut

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ଭିଡ ଜମିବା ପରେ ଗୁଜୁରାଟରେ କୋରୋନା ବିସ୍ତାର ହୋଇଥିବାର ଅସ୍ୱୀକାର କରାଯାଇପାରିବ ନାହିଁ । ଅଧିକ ପଢନ୍ତୁ...

'ଟ୍ରମ୍ପଙ୍କ ପାଇଁ ଭାରତରେ ବ୍ୟାପିଛି କୋରୋନା
'ଟ୍ରମ୍ପଙ୍କ ପାଇଁ ଭାରତରେ ବ୍ୟାପିଛି କୋରୋନା
author img

By

Published : May 31, 2020, 4:23 PM IST

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାୱତ ରବିବାର କହିଛନ୍ତି ଯେ, ''ଗୁଜୁରାଟ ପରେ ମୁମ୍ବାଇ ଓ ଦିଲ୍ଲୀରେ କୋରୋନା ଭାଇରସ ବ୍ୟାପିବା ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହାତ ରହିଛି । ଫେବୃଆରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହ ତାଙ୍କ ପ୍ରତିନିଧି ଦଳର କିଛି ସଦସ୍ୟ ଅଂଶଗ୍ରହଣ କରିଥିଲେ। ରାଉତ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହି ଲକଡାଉନ କୌଣସି ଯୋଜନା ବିନା କାର୍ଯ୍ୟକାରୀ ହୋଇଛି, କିନ୍ତୁ ବର୍ତ୍ତମାନ ଏହାକୁ ହଟାଇବା ଦାୟିତ୍ବ ରାଜ୍ୟମାନଙ୍କ ଉପରେ ଛାଡି ଦିଆଯାଇଛି''।

ଶିବସେନା ସାଂସଦ କହିଛନ୍ତି, ''ମହାରାଷ୍ଟ୍ର ସରକାରକୁ ହଟାଇବା ପାଇଁ ବିଜେପିର ସମସ୍ତ ଉଦ୍ୟମ ସତ୍ତ୍ବେ ମହା ବିକାଶ ଅଧାଡି ସରକାରଙ୍କ ପାଇଁ କୌଣସି ବିପଦ ନାହିଁ କାରଣ ଏହାର ଅସ୍ତିତ୍ବ ବଜାୟ ରଖିବା ଶିବସେନା, ଏନସିପି ଏବଂ କଂଗ୍ରେସର ଦାୟିତ୍ବ'' ।

ସେ ଆହୁରୀ କହିଛନ୍ତି ଯେ, ''ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ଭିଡ ଜମିବା ପରେ ଗୁଜୁରାଟରେ କୋରୋନା ବିସ୍ତାର ହୋଇଥିବାର ଅସ୍ୱୀକାର କରାଯାଇପାରିବ ନାହିଁ । ଟ୍ରମ୍ପଙ୍କ ସହ ଆସିଥିବା ପ୍ରତିନିଧୀଙ୍କ କିଛି ସଦସ୍ୟ ମଧ୍ୟ ମୁମ୍ବାଇ, ଦିଲ୍ଲୀ ଯାଇଥିଲେ ଯେଉଁ କାରଣରୁ ଏହି ଭାଇରସ ବ୍ୟାପିଥିଲା''।

ଗତ 24 ଫେବୃଆରୀରେ ଅହମ୍ମଦାବାଦର ଏକ ରୋଡ ସୋରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ରୋଡ ସୋ ପରେ ଦୁଇ ନେତା ମୋଟେରାର ନୂଆ କ୍ରିକେଟ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ ।

ଗୁଜୁରାଟରେ କୋରୋନା ଭାଇରସର ପ୍ରଥମ ମାମଲା ମାର୍ଚ୍ଚ 20ରେ ସାମ୍ନାକୁ ଆସିଥିଲା । ପ୍ରଥମେ ରାଜକୋଟର ଜଣେ ବ୍ୟକ୍ତି ଏବଂ ସୁରଟର ଜଣେ ମହିଳାଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ ହୋଇଥିଲା।

ସେ କହିଛନ୍ତି ''6 ମାସ ପୂର୍ବରୁ ରାଜ୍ୟ ଦେଖିଛି କିପରି ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯାଇଥିଲା ଏବଂ ପ୍ରତ୍ୟାହାର କରାଯାଇଥିଲା । କୋରୋନା ଭାଇରସ ଆଳରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି'' ।

''ଯଦି କୋରୋନା ଭାଇରସ ମୁକାବିଲାରେ ବିଫଳତା ଆଧାର କରି ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରାଯାଏ, ତେବେ ବିଜେପି ଶାସିତ ରାଜ୍ୟ ସମେତ ଅତି କମରେ 17ଟି ରାଜ୍ୟରେ ମଧ୍ୟ ଏହା କରାଯିବା ଉଚିତ''।

ରାଓତ କହିଛନ୍ତି ''ମହାମାରୀ କୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । କାହିଁକିନା ତାଙ୍କ ପାଖରେ କୌଣସି ଯୋଜନା ନାହିଁ । ସେହପରି ଲକଡାଉନ ବିନ କୌସି ଯୋଜନାରେ ଲାଗୁ କରାଯାଇଛି । ଆଉ ଏବେ ବିନା କୌଣସି ଯୋଜନାରେ ଏହାକୁ ରାଜ୍ୟ ଉପରେ ଛାଡି ଦିଆଯାଉଛି । ଏହି ଅନିଶ୍ଚିତତାରେ ଦେଶରେ ସଙ୍କଟ ଆହୁରୀ ବୃଦ୍ଧି ପାଇବ'' ।

ରଓତ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲକଡାଉନ ର ବିଫଳତାର ସଠିକ ବିଶ୍ଳେଷଣ କରିଛନ୍ତି । ସେ କହିଛନ୍ତି ଯେ, ''ଏହା ଆଶ୍ଚର୍ଯ୍ୟର ବିଷୟରେ କୋରୋନା ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରି ଲୋକମାନେ ରାଜନୀତିକୁ ଉଜ୍ଜ୍ୱଳ କରୁଛନ୍ତି''।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.