ETV Bharat / bharat

ଅନ୍ୟ ରୋଗୀଙ୍କ ଉପରେ କୋଭିଡ-19ର ଗମ୍ଭୀର ପ୍ରଭାବ

କୋଭିଡ 19 ଯୋଗୁଁ କ୍ୟାନ୍ସର, ହାର୍ଟଜନିତ ରୋଗୀଙ୍କୁ ଔଷଧ ମିଳିପାରୁନାହିଁ । ସେମାନଙ୍କୁ ସଠିକ୍ ଭାବେ ଚିକିତ୍ସା ଯୋଗାଯାଇପାରୁନାହିଁ । ସର୍ଭେ ପରେ ଏହା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢନ୍ତୁ...

ଅନ୍ୟ ରୋଗୀଙ୍କ ଉପରେ କୋଭିଡ 19ର ଗମ୍ଭୀର ପ୍ରଭାବ

author img

By

Published : Jun 4, 2020, 4:57 PM IST

ହାଇଦ୍ରାବାଦ: କୋଭିଡ 19 ସାରା ବିଶ୍ବରେ ହାହାକାର ମଚାଇଛି । ଏହି ମହାମାରୀ ଯୋଗୁଁ ଅଧିକାଂଶ ସେକ୍ଟର ପ୍ରଭାବିତ ହୋଇଛନ୍ତି । ତେବେ ଏହାର ପ୍ରଭାବ ମଧ୍ୟ ଅନ୍ୟ ରୋଗ ଉପରେ ପଡିଛି । ବିଶେଷ କରି ଯେଉଁ ରୋଗ ସଂକ୍ରମଣ ହୋଇପାରେନାହିଁ ସେହି ରୋଗ ଉପରେ ଏହାର ଗମ୍ଭୀର ପ୍ରଭାବ ପଡିଛି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହା ଉପରେ ଏକ ସର୍ଭେ ପରେ ସୂଚନା ଦିଆଯାଇଛି । ମେ ମାସର 3 ସପ୍ତାହ ଧରି ଏହି ସର୍ଭେ 155ଟି ଦେଶରେ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ ଅନ୍ୟ ରୋଗ ଉପରେ ଏହାର ପ୍ରଭାବ ଯଦିଓ ବିଶ୍ବସ୍ତରୀୟ ରହିଛି ତଥାପି କମ ଆୟ କରୁଥିବା ଦେଶରେ ଏହା ବେଶୀ ପ୍ରଭାବ ପକାଇଛି । ଏହା ଚିନ୍ତାଜନକ କାରଣ ଅନ୍ୟ ରୋଗର ଲକ୍ଷଣ ଥିବା ଲୋକଙ୍କୁ କୋଭିଡ 19 ଶିଘ୍ର ଆଟାକ୍ କରିଥାଏ । ସେମାନେ ଏହାଦ୍ବାରା ଜଲଦି ଆକ୍ରାନ୍ତ ହେବା ସହ ଏଥିରେ ସେମାନଙ୍କ ମୃତ୍ୟୁର ଅଧିକ ସମ୍ଭାବନା ଥାଏ । ଏହା ସମ୍ପର୍କରେ ପୂର୍ବରୁ ଅନେକ ଦେଶ ସୂଚନା ଦେଇଥିଲେ ମଧ୍ୟ ଏହି ସର୍ଭେ ପରେ ଏହା ସ୍ପଷ୍ଟ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଡିଜି କହିଛନ୍ତି ।

ସେ କହିଛନ୍ତି ଯେ କୋଭିଡ 19 ଯୋଗୁଁ କ୍ୟାନ୍ସର, ହାର୍ଟଜନିତ ରୋଗୀଙ୍କୁ ଔଷଧ ମିଳିପାରୁନାହିଁ । ସେମାନଙ୍କୁ ସଠିକ୍ ଭାବେ ଚିକିତ୍ସା ଯୋଗାଯାଇପାରୁନାହିଁ । ଯଦିଓ କୋଭିଡ 19 ମୁକାବିଲା ଗୁରୁତ୍ବପୂର୍ଣ୍ଣ ତଥାପି ଅନ୍ୟ ଗୁରୁତର ରୋଗର ଆକ୍ରାନ୍ତଙ୍କୁ ଅଣଦେଖା କରିବା ଉଚିତ ନୁହେଁ । କାରଣ ସେମାନେ କୋରୋନା ଦ୍ବାରା ଅଧିକ ପ୍ରଭାବିତ ହେବାର ସୁଯୋଗ ରହିଛି । ଅନ୍ୟ ରୋଗର ସେବା ଅଧିକାଂଶ ଦେଶରେ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । 53 ପ୍ରତିଶତ ଦେଶରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସେବାରେ ସମସ୍ୟା ଦେଖାଦେଇଛି । ସେହିପରି 49 ପ୍ରତିଶତ ଦେଶରେ ଡାଇବେଟିସ ରୋଗର ସେବା ବ୍ୟାହତ ହୋଇଛି । 42 ପ୍ରତିଶତ ଦେଶରେ କ୍ୟାନ୍ସର ରୋଗର ଚିକିତ୍ସା ବିପର୍ଯ୍ୟସ୍ତ ହୋଇଛି । 31 ପ୍ରତିଶତ ଦେଶରେ ହାର୍ଟଜନିତ ରୋଗର ସେବାରେ ଅସୁବିଧା ସୃଷ୍ଟି ହୋଇଛି ବୋଲି ସଙ୍ଗଠନ କହିଛି ।

ଏହି ସବୁ ସମସ୍ୟା ପଛରେ ଗୋଟିଏ କାରଣ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ । ଅର୍ଥାତ ପ୍ରାୟ 94 ପ୍ରତିଶତ ଦେଶ ନିଜର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ 19 ମୁକାବିଲାରେ ଲଗାଇ ଦେଇଛନ୍ତି । ଅର୍ଥାତ ସେମାନେ ସମସ୍ତେ କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନ୍ୟ ରୋଗର ଅଧିକାଂଶ ରୋଗୀଙ୍କୁ କେତେକ କ୍ଷେତ୍ରରେ ଡିସଚାର୍ଜ କରିଦିଆଯାଇଛି ତ ଆଉ କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାର ଯତ୍ନ ସେମାନଙ୍କ ପରିବାରବର୍ଗ ନେଉଛନ୍ତି । ପୂର୍ବରୁ ନିର୍ଦ୍ଧାରିତ ଅନେକ ଚିକିତ୍ସା ପଦ୍ଧତିକୁ ବାତିଲ କରାଯାଇଛି । ସେହିପରି ଗାଡିମୋଟର ଚଳାଚଳ ବନ୍ଦ ରହିବା ଫଳରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଛି । ଲୋକେ ଚିକିତ୍ସା ପାଇଁ ହସ୍ପିଟାଲ ଓ କ୍ଲିନିକ ଯାଇପାରୁନାହାନ୍ତି । କ୍ୟାନ୍ସର, ହାର୍ଟ ଆଟାକ୍ ରୋଗର ଚିକିତ୍ସା ମୁଖ୍ୟତଃ ଔଷଧ ଏବଂ ଟୋକ୍ନୋଲୋଜିର ବ୍ୟବହାରରେ ହୋଇଥାଏ । ଯାହା ଏହି ଲକଡାଉନରେ ସମ୍ଭବ ହୋଇପାରିନାହିଁ ।

ପ୍ରତି 5ଟି ଦେଶ ମଧ୍ୟରୁ ଗୋଟିଏ ଦେଶରେ ସମସ୍ତ ରୋଗର ଔଷଧର ଅଭାବ ଯୋଗୁଁ ଏହି ସମସ୍ୟା ଦେଖାଦେଇଥିବା ଜଣାପଡିଛି । 72 ପ୍ରତିଶତ ଧନୀ ଦେଶ ଏବଂ 42 ପ୍ରତିଶତ ବିକାଶଶୀଳ ରାଷ୍ଟ୍ରରେ ଏହି ସମସ୍ୟା ଦେଖାଦେଇଛି । କୋଭିଡ 19 ସହିତ ଅନ୍ୟ ରୋଗର ଚିକିତ୍ସାରେ ଅବ୍ୟବସ୍ଥା ସୃଷ୍ଟି ହୋଇଛି । ସବୁଠୁ ବଡ କଥା ନିଶାଦ୍ରବ୍ୟ ସେବନର ଚିକିତ୍ସା ଏବଂ ଏହାକୁ ଛଡାଇବାକୁ ଥିବା ସମସ୍ତ ସେଣ୍ଟରରେ ସେବା ବାଧାପ୍ରାପ୍ତ ହୋଇଛି । ଯାହା ଚିନ୍ତାର ବିଷୟ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି । ସେହିପରି ମାନସିକ ରୋଗୀଙ୍କ ଚିକିତ୍ସାରେ ମଧ୍ୟ ସମସ୍ୟା ଦେଖାଦେଇଥିବା ଜଣାପଡିଛି । ତେବେ ଡାକ୍ତର, ନର୍ସଙ୍କ ଅଭାବ ଯୋଗୁଁ କେତେକ ଦେଶ ଏବେ ଏକ ନୂଆ ପଦ୍ଧତି ଆପଣାଇଛନ୍ତି । ଟେଲିଫୋନରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସାର ସୁବିଧା ଦେଇଛନ୍ତି । ଏଥିରେ ସେମାନେ ପରାମର୍ଶ ନେବା ସହ ଏହି ସମୟରେ କିପରି ସୁସ୍ଥ ରହିପାରିବେ ସେ ବିଷୟରେ କଥାବାର୍ତ୍ତା କରିପାରୁଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମସ୍ତ ରାଷ୍ଟ୍ରକୁ ଏହା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି । ଅନ୍ୟ ରୋଗର ରୋଗୀଙ୍କୁ ମଧ୍ୟ କୋଭିଡ 19 ଆକ୍ରାନ୍ତଙ୍କ ଭଳି ସୁବିଧା ଯୋଗାଇଦେବାକୁ ପରାମର୍ଶ ଦେଇଛି । କାରଣ ସେମାନେ କୋରୋନା ଦ୍ବାରା ଆକ୍ରାନ୍ତ ହେଲେ ସମସ୍ୟା ଅଧିକ ଦେଖାଯିବାର ସମ୍ଭାବନା ରହିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ମଧ୍ୟ ପ୍ରାଥମିକତା ଦେବାକୁ ଏହା ପରାମର୍ଶ ଦେଇଛି । ବଡ ବଡ ରୋଗର ଔଷଧ ସହ ଚିକିତ୍ସା ବ୍ୟବସ୍ଥାକୁ ସୁଧାରିନେବାକୁ ରାଷ୍ଟ୍ରଙ୍କୁ ପରାମର୍ଶ ଦେଇଛି ସଙ୍ଗଠନ । ଏହାଦ୍ବାରା ସେମାନେ ମଧ୍ୟ ସମସ୍ୟାରୁ ମୁକ୍ତି ପାଇବେ ବୋଲି ସଙ୍ଗଠନ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.