ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 84.1 ପ୍ରତିଶତକୁ ବୃଦ୍ଧି

author img

By

Published : Oct 5, 2020, 10:00 AM IST

କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ଗତ 24 ଘଣ୍ଟା ମଧ୍ୟରେ 82 ହଜାରରୁ ଅଧିକ କୋଭିଡ୍ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 84.1 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

COVID-19 recovery rate in country improves to 84.1%
ଦେଶରେ କୋଭିଡ୍ ସୁସ୍ଥ ହାର 84.1 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା 55 ଲକ୍ଷରୁ ଅଧିକ ଲୋକ ସୁସ୍ଥ ସହିତ ଭାରତ ସର୍ବାଧିକ ସୁସ୍ଥହାରରେ ସର୍ବଭାରତୀୟ ସ୍ତରରେ ସ୍ଥାନ ଅଧିକାର କରିଚାଲିଛି। ଗତ 24 ଘଣ୍ଟା ମଧ୍ୟରେ 82 ହଜାରରୁ ଅଧିକ କୋଭିଡ୍ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 84.1 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ସୁସ୍ଥ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ସୁସ୍ଥହାରର କ୍ରମାଗତ ବୃଦ୍ଧି ନିଶ୍ଚିତ କରିଛି ଯେ ଦେଶର ସକ୍ରୟ ମାମଲା ହ୍ରାସ ପାଇଛି ଏବଂ ବର୍ତ୍ତମାନ ମୋଟ ସକ୍ରିୟ ମାମଲା ମାତ୍ର 14.3 ପ୍ରତିଶତ ରହିଛି। କ୍ରମାଗତ 10 ଦିନ ଧରି 10 ଲକ୍ଷ ତଳେ କୋରୋନା ସକ୍ରିୟ ମାମଲା ସ୍ଥାୟୀ ଭାବରେ ରଖି ଭାରତ ଏକ ରେକର୍ଡ ହାସଲ କରିଛି । ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସକ୍ରିୟ ମାମଲାର ପ୍ରାୟ 6 ଗୁଣରୁ ଅଧିକ ରହିଛି ।

ଏବେ ଭାରତର ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ 1.5 ପ୍ରତିଶତରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ 75, 829 ନୂତନ ମାମଲା ସହ ମୋଟ ପଜିଟିଭ୍ ମାମଲା 65,49,374 କୁ ବୃଦ୍ଧି ପାଇଛି । ତେବେ ବ୍ୟାପକ ପରୀକ୍ଷା ସୁବିଧା, ସରକାରୀ ଓ ବେସରକାରୀ ଲ୍ୟାବ ସୁସ୍ଥ ହାରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.