ETV Bharat / bharat

୭୨% ଟପିଲା ସୁସ୍ଥ ହାର, ଗୋଟିଏ ଦିନରେ ସର୍ବାଧିକ ୫୭,୫୮୪ ଆକ୍ରାନ୍ତ ସୁସ୍ଥ

author img

By

Published : Aug 17, 2020, 5:22 PM IST

ସମଗ୍ର ଦେଶରେ କୋରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ଭାରତରେ ସୁସ୍ଥହାର ୭୨ ପ୍ରତିଶତ ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ସବୁଠୁ ସର୍ବାଧିକ ୫୭,୫୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ସମଗ୍ର ଭାରତରେ ତିନି କୋଟି ଚାଳିଶ ଏକ ହଜାର ଚାରି ଶହ କୋରୋନା ନମୁନା ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

୭୨% ଟପିଲା ସୁସ୍ଥ ହାର, ଦେଶରେ ଗୋଟିଏ ଦିନରେ ସର୍ବାଧିକ ୫୭,୫୮୪ ଆକ୍ରାନ୍ତ ସୁସ୍ଥ

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ଯେଉଁ ହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେହି ଅନୁପାତରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଭାରତରେ ସୁସ୍ଥହାର ୭୨ ପ୍ରତିଶତ ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ସବୁଠୁ ସର୍ବାଧିକ ୫୭,୫୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମନ୍ତ୍ରଣାଳୟ କହିଛି ଦେଶରେ କୋରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୦ ଲକ୍ଷରେ ପହଞ୍ଚିଛି। ଅଦ୍ୟାବଧି ୧୯, ୧୯, ୮୪୨ ଜଣ କୋରୋନା ମୁକ୍ତ ହୋଇଛନ୍ତି।

ଦେଶରେ ସମୁଦାୟ କୋରୋନା ମାମଲା 26 ଲକ୍ଷ 47 ହଜାର 664 କୁ ବୃଦ୍ଧି ପାଇଛି । ଏବଂ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 57 ହଜାର 982 ମାମଲା ଚିହ୍ନଟ ହେବା ସହ 941 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ବର୍ତ୍ତମାନ ପର୍ଯ୍ୟନ୍ତ 6 ଲକ୍ଷ 76 ହଜାର 900 ଚି ମାମଲା ସକ୍ରିୟ ରହିଛି ଏବଂ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୫୦,୯୨୧କୁ ବୃଦ୍ଧି ଘଟିଛି । ଏହି ଘଟଣାରେ ମୃତ୍ୟୁହାର 1.92 ପ୍ରତିଶତକୁ ହ୍ରାସ ପାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କହିଛି ଯେ, ଏପର୍ଯ୍ୟନ୍ତ ସମଗ୍ର ଭାରତରେ ତିନି କୋଟି ଚାଳିଶ ଏକ ହଜାର ଚାରି ଶହ କୋରୋନା ନମୁନା ପରୀକ୍ଷା କରାଯାଇଛି । ଗତକାଲି କେବଳ ଏହି 7 ଲକ୍ଷ 31 ହଜାର 697 କୋରୋନାଭାଇରସ୍ ପରୀକ୍ଷା କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.