ETV Bharat / bharat

କୋରୋନା ରୋଗୀଙ୍କ ଆତ୍ମହତ୍ୟା

author img

By

Published : Jun 26, 2020, 12:42 PM IST

କର୍ଣ୍ଣାଟକ ବେଙ୍ଗାଲୁରୁ ସ୍ଥିତ କେସି ଜେନେରାଲ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ 60 ବର୍ଷୀୟ କୋରୋନା ବୃଦ୍ଧା ମେଡିକାଲ ଆତ୍ମହତ୍ୟା କରିଛନ୍ତି ।

sucide
କୋରୋନା ରୋଗୀଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: କୋରୋନା ରୋଗୀଙ୍କ ଆତ୍ମହତ୍ୟା । କର୍ଣ୍ଣାଟକ ବେଙ୍ଗାଲୁରୁ ସ୍ଥିତ କେସି ଜେନେରାଲ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ 60 ବର୍ଷୀୟ ବୃଦ୍ଧା କୋରୋନା ମେଡିକାଲରେ ଆତ୍ମହତ୍ୟା କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଗତ ଜୁନ୍ 18ରେ ବୃଦ୍ଧା ଜଣଙ୍କ କୋରୋନା ଆକ୍ରାନ୍ତ ଜଣାପଡିବା ପରେ କେସି ଜେନେରାଲ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମେଡିକାଲରେ ତାଙ୍କ ପାଖରେ ବୋହୂ ଏବଂ ନାତି ମଧ୍ୟ ଥିଲେ ।

ଗତ ଗୁରୁବାର ବିଳମ୍ବିତ ରାତି ପ୍ରାୟ 2 ଟା ସମୟରେ ସେ ଶୌଚାଳୟ ଯାଇଥିଲେ । କିଛି ସମୟ ପରେ ସେ ଆଉ ଫେରିନଥିଲେ । ଏହାପରେ ତାଙ୍କୁ ଖୋଜାଖୋଜି ପରେ ତାଙ୍କୁ ରେଷ୍ଟ ରୁମରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ବେଙ୍ଗାଲୁରୁ ପୋଲିସ ମେଡିକାଲରେ ପହଞ୍ଚିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.