ETV Bharat / bharat

ମାନବ ଚାଲାଣ ବଢାଇପାରେ କୋଭିଡ-19

author img

By

Published : May 17, 2020, 12:50 AM IST

କୋରୋନା ଯୋଗୁଁ ଏବେ ଆର୍ଥିକ ସଙ୍କଟ ଆଣିଛି । ଯାହା ଭବିଷ୍ୟତରେ ମାନବ ଚାଲାଣକୁ ବୃଦ୍ଧି କରିବ । ଏପରିକି ଗରିବ ଦେଶରୁ ଧନୀ ଦେଶକୁ ଚାଲାଣ ହେବେ ପ୍ରବାସୀ ଶ୍ରମିକ । ଅଧିକ ପଢନ୍ତୁ...

ମାନବ ଚାଲାଣ ବଢାଇପାରେ କୋଭିଡ 19
ମାନବ ଚାଲାଣ ବଢାଇପାରେ କୋଭିଡ 19

ହାଇଦ୍ରାବାଦ: କୋଭିଡ-19 ମହାମାରୀ ଯୋଗୁଁ ବିଶ୍ବବ୍ୟାପୀ ଦେଖାଦେଇଛି ସମସ୍ୟା । ଚାରିଆଡେ ଭୟ ଓ ଆତଙ୍କର ବାତାବରଣ । ଏହାଦ୍ବାରା ଗରିବଠାରୁ ଧନୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ଏହାର ବେଶୀ ପ୍ରଭାବ ପଡିଛି ବିଶ୍ବବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ଉପରେ । ବିଭିନ୍ନ ଦେଶରୁ ଏମାନେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ମଧ୍ୟ ଭବିଷ୍ୟତରେ ଏମାନଙ୍କ ଉପରେ ଅଧିକ ବିପଦ ପଡିବାର ଆଶଙ୍କା ରହିଛି ।

ଡ୍ରଗ୍ସ ଆଣ୍ଡ କ୍ରାଇମ ଉପରେ ମିଳିତ ଜାତିସଙ୍ଘର ଅଫିସ ଏହି ରିପୋର୍ଟ ପ୍ରଦାନ କରିଛି । ଏହା ଅନୁସାରେ ଏହି ମହାମାରୀ ଆର୍ଥିକ ସଙ୍କଟ ଆଣିଛି । ଯାହା ଭବିଷ୍ୟତରେ ମାନବ ଚାଲାଣକୁ ବୃଦ୍ଧି କରିବ । ଏପରିକି ଗରିବ ଦେଶରୁ ଧନୀ ଦେଶକୁ ଚାଲାଣ ହେବେ ପ୍ରବାସୀ ଶ୍ରମିକ । ଏନେଇ ମିଳିତ ଜାତିସଙ୍ଘ ସୂଚନା ଦେଇଛି । ପ୍ରବାସୀ ଶ୍ରମିକ, ଶରଣାର୍ଥୀଙ୍କ ଜୀବନଶୈଳୀ ବଦଳାଇଦେବ ଏହି ମହାମାରୀ ବୋଲି ଆଶଙ୍କା ପ୍ରକାଶ କରାଯାଇଛି । ବର୍ତ୍ତମାନ ଏମାନେ ଭୂମଧ୍ୟ ସାଗର, ସବ ସାହାରନ ଆଫ୍ରିକା, ମଧ୍ୟ ପ୍ରାଚ୍ୟ, ଉତ୍ତର ଆଫ୍ରିକା ଏବଂ ଏସିଆ ମହାଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ।

ବିଭିନ୍ନ ସାଗରେ ଫସିଥିବା ଏହି ଲୋକଙ୍କୁ ଉଦ୍ଧାର କରିବା ଅବା ଖୋଜିବା ଅପରେସନ ହ୍ରାସ ପାଇଛି । ବିଭିନ୍ନ ଦେଶରେ କଟକଣା ଲାଗୁ ଯୋଗୁଁ ଏମାନେ ପ୍ରବେଶ ମଧ୍ୟ କରିପାରୁନାହାନ୍ତି । ଫଳରେ ସମୁଦ୍ର ମଧ୍ୟରେ ଫସିଥିବା ଏହି ଲୋକଙ୍କ ଦ୍ବାରା କୋରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି । ଏହାସହ ଏହି ମହାମାରୀ ଯୋଗୁଁ ଚାକିରୀ କ୍ଷେତ୍ରରେ ଛଟେଇ ବଢିଯିବ ଫଳରେ ସୀମାପାର ମାନବ ଚାଲାଣ ଅଧିକ ଦେଖାଦେବ । କୋରୋନା ଭୂତାଣୁକୁ ରୋକିବା ପାଇଁ ଲାଗୁ ଲକଡାଉନ ଭବିଷ୍ୟତରେ ଅଧିକାଂଶ ଦେଶରେ ବେରୋଜଗାର ଓ ଦରିଦ୍ର ବୃଦ୍ଧି କରିବ । ଅନେକ ଗରିବ ଲୋକ ଦଲାଲଙ୍କ ଟାର୍ଗେଟ ବନିବେ । ଯେଉଁ ଦେଶରେ ଅର୍ଥନୀତି ଭଲ ରହିବ ଲୋକେ ସେଠାକୁ ଅଧିକ ଯିବାକୁ ଆଗ୍ରହ ପ୍ରକାଶ କରିବେ ।

ତେବେ ଏହି ସମସ୍ୟା ଦୂର ହୋଇପାରିବ ଯଦି ସମସ୍ତ ରାଷ୍ଟ୍ର ଏକାଠି ହେବେ । ଅର୍ଥନୀତି ଦୃଢ କରିବାକୁ ବିକାଶଶୀଳ ଓ ବିକଶିତ ଦେଶ ପଦକ୍ଷେପ ନେଲେ ପ୍ରବାସୀଙ୍କ ଚାଲାଣ ରୋକାଯାଇପାରିବ । ସମସ୍ତ ଶରଣାର୍ଥୀ ଓ ପ୍ରବାସୀଙ୍କୁ ସୁରକ୍ଷିତ ଯାତ୍ରା କରାଇ ଏହି ମାନବ ଚାଲାଣକୁ ସମସ୍ତ ଦେଶ ରୋକିପାରିବେ ବୋଲି ମିଳିତ ଜାତିସଙ୍ଘର ଡ୍ରଗ୍ସ ଆଣ୍ଡ କ୍ରାଇମ ବିଭାଗ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.