ETV Bharat / bharat

ପିଲାଙ୍କୁ ଅଳସୁଆ କରିଛି ଲକଡାଉନ

author img

By

Published : Jun 17, 2020, 7:22 AM IST

ଲକଡାଉନରେ ପିଲାମାନଙ୍କର ଖାଇବା ମାତ୍ରା ଏବଂ ଶୋଇବାର ସମୟରେ ଅନେକ ପରିବର୍ତ୍ତନ ଆସିଥିଲା । ଅଧିକ ଖାଇବା ସହ ସେମାନେ ଶୋଇବାରେ ବହୁତ ସମୟ ଦେଉଥିଲେ । ଅଧିକ ପଢନ୍ତୁ...

Breaking News

ନ୍ୟୁୟର୍କ: କୋଭିଡ 19 ମୁକାବିଲା ପାଇଁ ସାରା ବିଶ୍ବରେ ଜାରି ଲକଡାଉନ ସମସ୍ତଙ୍କୁ ସମସ୍ୟାରେ ପକାଇଛି । ପ୍ରତ୍ୟକ୍ଷ ଅପେକ୍ଷା ପରୋକ୍ଷ ଭାବେ ଏହା ଲୋକଙ୍କ ଜୀବନଶୈଳୀକୁ ଅଧିକ ପ୍ରଭାବିତ କରିଛି । ବିଶେଷ କରି ଡାଏଟ୍, ନିଦ୍ରା ଏବଂ ଶାରୀରିକ ଫିଟନେସ୍ ଉପରେ ଲକଡାଉନର ପ୍ରଭାବ ବେଶୀ ରହିଛି । ଏହା ଲୋକଙ୍କ ଫିଟନେସକୁ କିପରି ବିଗାଡି ଦେଇଛି ତାହା ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ।

ଆମେରିକାର ୟୁନିଭର୍ସିଟି ଅଫ୍ ବୂଫାଲୋ ପକ୍ଷରୁ ଏହି ରିସର୍ଚ୍ଚ କରାଯାଇଥିଲା । ଇଟାଲୀର ଭେରୋନା ସହରର 41 ଜଣ ପିଲାଙ୍କୁ ନେଇ ଏହି ଗବେଷଣା ହୋଇଥିଲା । ଏମାନେ ଏହି ଲକଡାଉନରେ ଅଧିକ ଓଜନର ଶିକାର ହୋଇଥିଲେ । ପିଲାଙ୍କର ବର୍ଷ ତଳର ଡାଏଟ୍ ଏବଂ ଲକଡାଉନ ସମୟର ଜୀବନଶୈଳୀକୁ ନେଇ ଏହି ଗବେଷଣା କରାଯାଇଥିଲା । ରିସର୍ଚ୍ଚରମାନେ ଦେଖିବାକୁ ପାଇଥିଲେ ଯେ ବର୍ଷେ ତଳେ ପିଲାମାନଙ୍କର ଖାଇବା ମାତ୍ରା ଏବଂ ଶୋଇବାର ସମୟରେ ଅନେକ ପରିବର୍ତ୍ତନ ଆସିଥିଲା । ଅଧିକ ଖାଇବା ସହ ସେମାନେ ଶୋଇବାରେ ବହୁତ ସମୟ ଦେଉଥିଲେ ।

ପିଲାଙ୍କ ଜୀବନଶୈଳୀ କିପରି ବଦଳିଯାଇଥିଲା ତାହା ସମ୍ପର୍କରେ ଗବେଷକମାନେ ପ୍ରକାଶ କରିଥିଲେ । ପ୍ରତିଦିନ ଯେତିକି ଖାଇବାର କଥା ସେଥିରେ ଏକ ଅତିରିକ୍ତ ମିଲ ଯୋଡିଯାଇଥିଲା । ସେହିପରି ସବୁଦିନ ଶୋଇବା ସମୟରେ ଏକ ଘଣ୍ଟା ଅଧିକ ଯୋଡିଥିଲା । ଫୋନ୍, କମ୍ପୁଟର ଏବଂ ଟିଭି ସାମନାରେ ପ୍ରାୟ 5 ଘଣ୍ଟା ସମୟ ବିତୁଥିଲା । ଏହାସହ ସେମାନଙ୍କ ଖାଇବା ତାଲିକାରେ ଅଧିକ ସୁଗାରଯୁକ୍ତ ଏବଂ ଜଙ୍କ ଫୁଡ୍ ବଢିଥିଲା । ରେଡ୍ ମିଟ୍, ଡ୍ରିଙ୍କସ ପ୍ରତି ମଧ୍ୟ ସେମାନେ ଅଧିକ ଆସକ୍ତି ହୋଇପଡିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ପିଲାମାନେ ଏସବୁ ଜିନିଷ ନପାଇଲେ ବ୍ୟସ୍ତ ହୋଇପଡୁଥିଲେ ।

ଲକଡାଉନରେ ପିଲା ଅଧିକ ଅଳସୁଆମିର ଶିକାର ହୋଇଥିଲେ । କାମ ପ୍ରତି ଅନାଗ୍ରହ ପ୍ରକାଶ କରିବା ସହ କମ୍ପୁଟର, ଲାପଟପ୍ ସାମନାରେ ବେଶୀ ସମୟ କାଟୁଥିଲେ । ଏହା କେବଳ ପିଲାଙ୍କ କ୍ଷେତ୍ରରେ ନୁହେଁ ଯୁବପିଢି ମଧ୍ୟ ଏହାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ସମୟ କାଟିବା ସହ ଶୋଇବା ଓ ଖାଇବାରେ ଅଧିକ ସମୟ ବିତାଇଛନ୍ତି । ଏକ ରିସର୍ଚ୍ଚ ଅନୁସାରେ ଏହି ସମୟରେ ଅଧିକାଂଶ ଅନଲାଇନ ସିରିଜ ଓ ଫିଲ୍ମ ଏତେ ମାତ୍ରାରେ ଦେଖାଯାଇଛି ଯେ ଏହାର ଦର୍ଶକ ସଂଖ୍ୟା ତିନି ମାସରେ ବିପୁଳ ପରିମାଣରେ ବୃଦ୍ଧି ପାଇଛି । ତେବେ ପିଲାଙ୍କ ସମ୍ବନ୍ଧରେ ରିସର୍ଚ୍ଚ କରୁଥିବା ଗବେଷକ ଟିମର ସଦସ୍ୟ ମାଇଲେସ ଫେଥ୍ କହିଛନ୍ତି ଯେ ଲକଡାଉନ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଏହା ଏପରି ଏକ ପରିବେଶ ସୃଷ୍ଟି କରିଥିଲା ଯେଉଁଥିରେ ସେମାନେ ସୁସ୍ଥ ଜୀବନ ଜିଇଁବାର ଆଶା ହରାଇବସିଥିଲେ ।

ସେ କହିଛନ୍ତି ଯେ ଏହି ସମୟ ଲଗାତାର ଲାଗି ରହିବା ଫଳରେ ପିଲାମାନେ ଅଳସୁଆମି ହୋଇଥିଲେ । ଘରେ କେବଳ ବସି ରହିବା ସହ ପାଠ ପଢାରେ ବି ବ୍ରେକ୍ ମିଳିଥିଲା । ଯେଉଁଥିପାଇଁ ଅଧିକାଂଶ ପିଲା ମୋଟାପାର ଶିକାର ହୋଇଥିଲେ । ତେବେ ଏପରି ଅବସ୍ଥା ଲାଗି ରହିଲେ ଏହା ପିଲାଙ୍କ ଭବିଷ୍ୟତ ପାଇଁ ବିପଦ ହୋଇପାରେ । ସୁସ୍ଥ ଓ ସକ୍ରିୟ ରହିବା ଆଜିର ଜୀବନରେ ଗୁରୁତ୍ବପୂର୍ଣ୍ଣ । ପିଲାମାନେ ମୋଟାପା ହେବା ଦ୍ବାରା ଏହା ସେମାନଙ୍କ ଜୀବନକୁ ପ୍ରଭାବିତ କରିଛି । ଲାଇଫଷ୍ଟାଇଲରେ ଏପରି ହଠାତ୍ ପରିବର୍ତ୍ତନ ଶରୀର ଉପରେ ପ୍ରଭାବ ପକାଇବ । ଯୁବାବସ୍ଥାରେ ଶାରୀରିକ ଅଭିବୃଦ୍ଧି ଅତ୍ୟନ୍ତ ଜରୁରୀ । ଯାହା ପିଲାଙ୍କ ପାଇଁ ସମସ୍ୟା ଆଣିପାରେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.