ETV Bharat / bharat

ଜୁନ 1ରୁ ଝାଡଖଣ୍ଡରେ ଖୋଲିବ ସ୍କୁଲ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାନନ ମଧ୍ୟରେ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଝାଡଖଣ୍ଡ ସରକାର ଜୁନ 1ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

author img

By

Published : May 21, 2020, 12:46 PM IST

_school open
ଜୁନ 1ରୁ ଝାଡଖଣ୍ଡରେ ଖୋଲିବ ସ୍କୁଲ

ରାଞ୍ଚି: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 31 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାନନ ମଧ୍ୟରେ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଝାଡଖଣ୍ଡ ସରକାର ଜୁନ 1ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ଲକଡାଉନ କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବହୁ କ୍ଷତି ହୋଇଛି । ସେଥିପାଇଁ ଝାଡଖଣ୍ଡ ସରକାର ପାଠପଢା ସମୟକୁ 2 ଘଣ୍ଟା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସ୍କୁଲରେ ପାଠ ପଢା 5 ଘଣ୍ଟାରୁ ବୃଦ୍ଧି କରାଯାଇ 7 ଘଣ୍ଟା କରାଯାଇଛି । ଏଥିସହ ଶନିବାର ହାଫ୍ ଡେ ନହୋଇ ଫୁଲ ଡେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶ ଏବଂ ବିଶ୍ୱର କେଉଁ ଭାଗରେ, କରୋନାଙ୍କ କ୍ଷତି କେତେ? ଚେଷ୍ଟା କରିବାକୁ ଏଠାରେ କ୍ଲିକ୍ କରନ୍ତୁ |

ଏହାକୁ ନେଇ ଶିକ୍ଷାମନ୍ତ୍ରୀ ଜଗରନାଥ ମହାତୋ କହିଛନ୍ତି ଯେ, ଜୁନ୍ 1ରେ ସମସ୍ତ ସ୍କୁଲ ଖୋଲିବାକୁ ପ୍ରସ୍ତୁତି କରାଯାଇଛି । କୋରୋନା ସଂକ୍ରମଣ ସ୍ଥିତିକୁ ଦେଖି ମେ 31ରେ ସ୍ଥିତିର ଆକଳନ କରାଯାଇ ନିଷ୍ପତ୍ତି ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.